ଦେଶର ଅଲଗା ଅଲଗା ସ୍ଥାନରେ ରହୁଥିବା 35 ହଜାର ରୁ ଅଧିକ ବିସ୍ଥାପତି କଶ୍ମୀର ପଣ୍ଡିତ ତିନିଟି ପର୍ଯ୍ୟାୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ 24 ମତଦାନ କେନ୍ଦ୍ରରେ ନିଜ ମତ ସାବ୍ୟସ୍ତ କରିପାରିବେ ।
ଅନ୍ୟପଟେ ଲୋକସଭା ନିର୍ବାଚନରେ ଜମ୍ମୁ-କାଶ୍ମୀରରେ ବିପୁଳ ମାତ୍ରାରେ ଭୋଟର ଅଂଶଗ୍ରହଣ କରିଥିଲେ । ବୁଲେଟ୍ ଉପରେ ବାଲାଟ୍ ର ବିଜୟ ହୋଇଥିଲା । ନିର୍ବାଚନ ପର୍ବରେ ଯେଉଁଭଳି ଭାବେ ବିପୁଳ ସଂଖ୍ୟାର ଭୋଟର ଅଂଶଗ୍ରହଣ କରିଥିଲେ ଏବଂ ଧାଡିରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ, ସେଥିରୁ ପ୍ରମାଣିତ ହୋଇଥିଲା ଲୋକମାନେ କେବଳ ପରିବର୍ତ୍ତନ ଚାହୁଁ ନାହାନ୍ତି, ବରଂ ପରିବର୍ତ୍ତନର ଏକ ଅଂଶ ହେବାକୁ ମଧ୍ୟ ଚାହୁଁଛନ୍ତି । ତେବେ ବିଧାନସଭା ନିର୍ବାଚନରେ ମଧ୍ୟ ସେହିଭଳି ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।
ତେବେ କହିରଖୁଛୁ ଯେ, ଜମ୍ମୁ ଓ କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ । ଅକ୍ଟୋବର ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।