ଘର
ଭାରତ
ଚର୍ଚ୍ଚାରେ IRS ଅଧିକାରୀ...ଲିଙ୍ଗ ପରିବର୍ତ୍ତନ କରିବେ ଜଏଣ୍ଟ କମିଶନର
ଚର୍ଚ୍ଚାରେ IRS ଅଧିକାରୀ...ଲିଙ୍ଗ ପରିବର୍ତ୍ତନ କରିବେ ଜଏଣ୍ଟ କମିଶନର
by Smruti Parija
ଅର୍ଗସ ବ୍ୟୁରୋ: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଜଣେ ରାଜସ୍ବ ସେବା ଅଧିକାରୀଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମିଳିଛି । ଅଫିସିଆଲ୍ ରେକର୍ଡରେ ନାମ ଓ ଲିଙ୍ଗ ପରିବର୍ତ୍ତନ କରିବାକୁ ମିଳିଲା ଅନୁମତି । ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଆଇଆରଏସ ଅଧିକାରୀ ଏମ. ଅନୁସୁୟା ତାଙ୍କ ଲିଙ୍ଗ ପରିବର୍ତ୍ତନ ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲେ ।
ସେ ନିଜକୁ ମହିଳାରୁ ପୁରୁଷକୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଆବେଦନ ଉପରେ ନିଷ୍ପତ୍ତି ନେଇ ଅର୍ଥ ମନ୍ତ୍ରଣାଳୟ ତାଙ୍କୁ ଏହି ଅନୁମତି ଦେଇଛନ୍ତି । ନାଗରିକ ସେବା ଇତିହାସରେ ପ୍ରଥମ ଥର ପାଇଁ ଜଣେ ଅଧିକାରୀଙ୍କୁ ତାଙ୍କ ନାମ ଏବଂ ଲିଙ୍ଗ ପରିବର୍ତ୍ତନ କରିବାର ଅନୁମତି ମିଳିଛି ।
ଆହୁରି ପଢନ୍ତୁ ଭାରତ ଖବର...