ଅଧିକ ପଢନ୍ତୁ: ଦିନ ସାଢେ ୧୧ଟାରେ ନିର୍ବାଚନ କମିସନଙ୍କ ପକ୍ଷରୁ ହେବ ତାରିଖ ଘୋଷଣା
ତେବେ ଆସନ୍ତା ମେ ୨୪ ରେ ସରୁଛି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟାକଳ। ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମତଦାନ କରିବେ ୫.୨୧ କୋଟି ଭୋଟର। ପ୍ରଥମ ଥର ପାଇଁ ୯.୧୭ ଲକ୍ଷ ନୂଆ ଭୋଟର ସାମିଲ୍ ହୋଇଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସହ ଝାରସୁଗୁଡା ଉପନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ। ଦୁର୍ବୃତ୍ତଙ୍କ ଗୁଳିମାଡରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଛି ଝାରସୁଗୁଡା ବିଧାନସଭା ଆସନ।