ଗତ ଶୁକ୍ରବାର ଦିନ ଥିବା ଆଇପିଏଲ ମ୍ୟାଚରେ ଗୁଜୁରାଟଠାରୁ ହାରିଥିଲା ମୁମ୍ବାଇ ଇଣ୍ଡିଆନ୍ସ . ୫ ଥର ଆଇପିଏଲ ବିଜେତା ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ ମ୍ୟାଚରୁ ଚଳିତ ବର୍ଷ ବାଦ ପଡିଛି. ତେବେ ଏହା ସତ୍ତ୍ବେ ମଧ୍ୟ ଚଳିତ ବର୍ଷ ଆଇପିଏଲ ସିଜିନ ୧୬ରେ ଅମ୍ବାନୀ ପରିବାର ଶହ ଶହ କୋଟି ଆୟ କରିଛନ୍ତି .
୨୦୦୮ରେ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ରିଲାଏନ୍ସ ବ୍ରାଣ୍ଡ ଲକ୍ଷ ଲକ୍ଷ ଟଙ୍କା ଦେଇ ଏହି ଆଇପିଏଲ ଟିମ କିଣିଥିଲା. ରିପୋର୍ଟ ମୁତାବକ ଆଇପିଏଲର ପ୍ରଥମ ସିଜିନରେ ମୁକେଶ ଅମ୍ବାନୀ ଏହି କମ୍ପାନୀ ପିଛା ୯୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା ଏହାକୁ କିଣିବା ପାଇଁ.
ସବୁଠାରୁ ସଫଳ ତଥା ଲୋକପ୍ରିୟ ଆଇପିଏଲ ଟିମ ଭାବରେ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ମାନ୍ୟତା ଦିଆଯାଏ. କାରଣ ଏପର୍ଯ୍ୟନ୍ତ ସେ ୫ଟି ଆଇପିଏଲ ଫାଇନାଲ ମ୍ୟାଚ ଜିତି ସାରିଛି . ଯାହାକୁ ନେଇ ଏହାର ବ୍ରାଣ୍ଡ ଭାଲ୍ୟୁ ସବୁଠୁ ଅଧିକ ଥିବା ବେଳେ ଏହାର ସ୍ପନରସିପ ମଧ୍ୟ ସବୁଠୁ ଅଧିକ ରହିଛି.
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସର ବ୍ରାଣ୍ଡ ଭାଲ୍ୟୁ ରହିଛି ୧୦ ହଜାର ୭୦ କୋଟି. ଏବଂ ଗତବର୍ଷ ଠାରୁ ଏହା ୨୦୦ କୋଟି ଅଧିକ ବୃଦ୍ଧି ପାଇଛି.
କେମିତି ଆଇପିଏଲ ଟିମରୁ ଲାଭ ପାଆନ୍ତି ଅମ୍ବାନୀ ପରିବାର ?
ନିତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ଏହି ଆଇପିଏଲ ଟିମର ଟିକେଟ ପ୍ରାଇସରୁ ବେଶ ବ୍ୟବସାୟ କରିଥାନ୍ତି. ଏବଂ ବିଭିନ୍ନ ପ୍ରକାର ସ୍ପନଶରସିପ ଏବଂ ବିଜ୍ଞାପନରୁ ଲାଭବାନ ହୋଇଥାନ୍ତି ଅମ୍ବାନୀ ପରିବାର . ଏବଂ ବିଶେଷ କରି ସେମାନେ ଜିଓ ସିନେମାର ଆଇପିଏଲ ଟେଲିକାଷ୍ଟିଂରୁ ଲାଭବାନ ହୋଇଥାନ୍ତି .
ଆଇପିଏଲ ଟେଲିକାଷ୍ଟିଂ ପାଇଁ ରିଲାଏନ୍ସ କମ୍ପାନୀ ୨୨ ହଜାର ଦୁଇଶହ ୯୦ କୋଟି ଟଙ୍କା ଜିଓ ସିନେମାକୁ ଦେଇଥିଲା. ଏବଂ ପ୍ରଥମ ଟେଲିକାଷ୍ଟରେ ହିଁ ୨୩ ହଜାର କୋଟି ଲାଭବାନ ହୋଇଥିଲା ଜିଓ ସିନେମା. ଏବଂ ଏହାପରେ ଲଗାତାର ସବୁବର୍ଷ ଶହ ଶହ କୋଟି ଆୟ କରୁଛି ଏହି ଜିଓ ସିନେମା. ଏବଂ ଏଥିରୁ ବେଶ ଲାଭବାନ ହେଉଛି ଅମ୍ବାନୀଙ୍କ ରିଲାଏନ୍ସ ବ୍ରାଣ୍ଡ.