ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ନୌର ଚୌକ ଥାନା ଅଂଚଳରେ ଶୋଇ ରହିଥିବା ହନୁମାନଙ୍କ ମନ୍ଦିର ଅଛି । ଏହି ମନ୍ଦିରର ମୂର୍ତିକୁ ତୌସିଫ ଭାଙ୍ଗିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖା ଯାଉଛି ଯେ ହନୁମାନ ମୂର୍ତିକୁ ହାତରେ ଭଙ୍ଗା ଯାଇଛି । ଏହା ସହିତ ମନ୍ଦିରରେ ଓମ ଲେଖାଥିବା ପତାକାକୁ ମଧ୍ୟ ସେ ଚିରି ତଳେ ପକାଇଛି । ଏହି ମନ୍ଦିରରେ ଶନିଦେବଙ୍କ ମୂର୍ତିକୁ ମଧ୍ୟ କ୍ଷତିଗ୍ରସ୍ତ କରିବାକୁ ଚେଷ୍ଟା କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୌସିଫ ଅହମଦ ଟୀକା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିବା କୁହାଯାଉଛି ।
ଏହି ମନ୍ଦିରର କିଛି ଦୂରରେ ଟିଲେ ବାଲୀ ନାମରେ ଏକ ମସଜିଦ ମଧ୍ୟ ରହିଛି । ମନ୍ଦିରର ପୂଜକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତୌସିଫ ଏହି କାମ କରିଥିଲା। ସେତେବେଳେ ଅନେକ ଭକ୍ତ ମନ୍ଦିର ଭିତରେ ଉପସ୍ଥିତ ଥିଲେ । ସେ ମଥାରେ ଟୀକା ଲଗାଇ ଓ ଜୟ ଶ୍ରୀରାମର ସ୍ଲୋଗାନ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲା ଓ ତା ପରେ ମୂର୍ତି ଗୁଡିକ ଭାଙ୍ଗିବା କାମ କରିଥିଲା ।
ଏହା ପରେ ସେ ଭକ୍ତ ମାନଙ୍କ ସାମନାରେ ସେ ମୂର୍ତି ଭାଙ୍ଗିବା ଆରମ୍ଭ କରି ଦେଇଥିଲା । ସେଠାରେ ଉପସ୍ଥିତ ଥିବା ଭକ୍ତ ମାନେ ପ୍ରଥମେ କିଛି ବୁଝି ପାରି ନ ଥିଲେ । ମାତ୍ର ସଙ୍ଗେ ସଙ୍ଗେ ସେମାନେ ତୌସିଫକୁ ଧରି ପୋଲିସରେ ଜିମା ଦେଇଥିଲେ ।
ଏ ସମ୍ପର୍କରେ ସୂଚନା ହିନ୍ଦୁ ସଂଗଠନ ମାନଙ୍କୁ ମିଳିବା ପରେ ସେଠାରେ ଅନେକ ଲୋକ ପହଂଚି ଉକ୍ତ ବ୍ୟକ୍ତି ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ପାଇଁ ଦାବି କରିଥିଲେ।
ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ସବୁ ଦିଗରୁ ଜାଂଚ କରାଯାଉଛି ଓ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।