ଏକ ପତ୍ରକୁ ଟ୍ୱିଟରରେ ଏକ ପତ୍ରକୁ ଶେୟାର କରି ଲେଖିଛନ୍ତି ଯେ ଜନଜାତୀୟ ନାବାଳିକା ହତ୍ୟା ମାମଲାର ଅଭିଯୁକ୍ତ ଅରମାନ ଆନସାରୀର ଠିକଣା ପୋଲିସ ଦୁମକା ଜିଲ୍ଲାର ପିଡରଗରିଆ ଗାଁର ବୋଲି ଲେଖିଛି, ବାସ୍ତବରେ ଅରମାନ ଆନସାରୀ ଜଣେ ବଙ୍ଗଳାଦେଶୀ । ତାର ବାପା- ମା କିମ୍ବା କୌଣସି ସମ୍ପର୍କୀୟ ଉକ୍ତ ଗ୍ରାମରେ ନାହାନ୍ତି ।
ସେ ଆହୁରି ଲେଖିଛନ୍ତି ଯେ ଏବେ ସ୍ପଷ୍ଟ ହୋଇ ସାରିଲାଣି ଯେ ପୋଲିସ ଜାଣି ଶୁଣି ଅରମାନ ବଙ୍ଗଳାଦେଶୀ ହୋଇଥିବା ତଥ୍ୟକୁ ଲୁଚାଇବାକୁ ଚେଷ୍ଚା କରୁଛି । ଲଭ ଜିହାଦର ଆନ୍ତର୍ଜାତିକ ଷଡଯନ୍ତ୍ର ଉପରେ ପରଦା ପକାଇ ପୋଲିସ ଷଡଯନ୍ତ୍ରକାରୀ ମାନଙ୍କୁ ରକ୍ଷା କରିବାକୁ ପୋଲିସ ଚେଷ୍ଟା କରୁଛି । ଗାଁର ଲୋକ ମାନଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ ସମ୍ବଳିତ ଏହି ପତ୍ର ହେଉଛି ତାର ପ୍ରତ୍ୟକ୍ଷ ପ୍ରମାଣ ।
ଝାଡଖଣ୍ଡର ଜନଜାତି ସମାଜର ଶତ୍ରୁ ହୋଇ ସାଜିଥିବା ଝାଡଖଣ୍ଡର ହେମନ୍ତ ସୋରେନ ସରକାର ଓ ଝାଡଖଣ୍ଡ ପୋଲିସ ଠାରୁ ଏହି ମାମଲାର ନିରପେକ୍ଷ ଜାଂଚର ଆଶା କରାଯାଇ ପାରିବ ନାହିଁ । ତେଣୁ ଏହି ମାମଲାର ଜାଂଚ ଏନଆଇଏ ଦ୍ୱାରା କରାଇବାକୁ ମୁଁ ଦାବି କରୁଛି ।
ଗତ କିଛି ଦିନ ମଧ୍ୟରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିଜ ଜିଲ୍ଲାରେ ଜେହାଦୀ ଓ ବଙ୍ଗଳାଦେଶୀ ମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଛନ୍ତି । ସେମାନଙ୍କର ପ୍ରଶାସନ ଠାରୁ ଆଉ ଡର ଭୟ ନ ଥିବା ଭଳି ସ୍ପଷ୍ଟ ହେଉଛି । ଦୁମକାରେ ଜଣେ ହିନ୍ଦୁ ଝିଅ ଅଙ୍କିତାକୁ ଘରେ ପଶି ପେଟ୍ରୋଲ ଜାଳି ଜୀବନ୍ତ ଜଳାଇ ଦେବା ଘଟଣା ର କିଛି ଦିନ ପରେ ଏକ ଅନ୍ୟ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଥିଲା । ଜଣେ ଅନୁସୂଚିତ ଜନଜାତି ବର୍ଗର 14 ବର୍ଷୀୟା ବାଳିକାକୁ ଜଣେ ଜେହାଦୀ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଛି ଓ ତାର ଶବକୁ ଗଛରେ ଲଟକାଇ ଦେଇଥିବା ଦେଖିବାକୁ ମିଳିଥିଲା ।