ଏକ ରିପୋର୍ଟ ମୁତାବକ, ତାମିଲନାଡୁରେ ୧୭ ତାରିଖରେ ଜନ୍ମ ହୋଇଥିବା ଶିଶୁଙ୍କୁ ଉପହାରରେ ସୁନା ମୁଦି ଦିଆଯିବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଚେନ୍ନାଇର ଏକ ହସ୍ପିଟାଲକୁ ଚୟନ କରାଯାଇଛି। ଯେଉଁଠାରେ ଏହି ଉପହାର ପ୍ରଦାନ କରାଯିବ। ତାମିଲନାଡୁ ମତ୍ସ୍ୟ ପାଳନ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଏଲ୍. ମୁରୁଗନ ଏହା ଘୋଷଣା କରିଛନ୍ତି।
ସୁନା ମୁଦି ବଣ୍ଟା କାର୍ଯ୍ୟକ୍ରମରେ ହେବାକୁ ଥିବା ଖର୍ଚ୍ଚ ବିଷୟରେ ମନ୍ତ୍ରୀ ମୁରୁଗାନଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ୨ଗ୍ରାମ ଓଜନର ମୁଦି ଦିଆଯିବ। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ପିଲାଙ୍କୁ ସ୍ବାଗତ କରିବାକୁ ଚାହୁଁଛୁ। ଅନ୍ୟପକ୍ଷେ ୭୦୦ କେଜିର ମାଛ ଉପହାର ଦେବାକୁ ମଧ୍ୟ ଯୋଜନା କରାଯାଇଛି। ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ମାଛ ବଣ୍ଟାଯିବ ବୋଲି ତାମିଲନାଡୁ ବିଜେପି ୟୁନିଟ ନିଷ୍ପତ୍ତି ନେଇଛି। ମୋଦିଙ୍କ ଜନ୍ମଦିନ ପାଇଁ ଦିଲ୍ଲୀରେ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ ବିଜେପି ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ୧୬ ଦିନ ଧରି ସେବା ପାଖଓ୍ବାଡେ ପାଳନ କରିବ। ଏହି ସମୟରେ ସ୍ବାସ୍ଥ୍ୟ ଯାଞ୍ଚ ସହିତ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରାଯିବ।