ଖବର ପାଇଁ ଅଗ୍ନିଶମ ବିଭାଗ, ପୋଲିସ ଟିମ୍ ଓ ଏନଡିଆରଏଫ୍ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଏବେ ବି କିଛି ଲୋକ ହୋର୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଗତକାଲି ମୁମ୍ବାଇରେ ଜୋରରେ ପବନ ବହିବା ସହ ଭୟଙ୍କର ଧୂଳିଝଡ ହୋଇଥିଲା । ଏଥିଯୋଗୁଁ ବ୍ୟସ୍ତବହୁଳ ମୁମ୍ବାଇର ଜୀବନଯାତ୍ରା ଠପ୍ ହୋଇଯାଇଥିଲା । ଅନେକ ସ୍ଥାନରେ ଗଛ ଉପୁଡିବା ଯୋଗୁଁ ଯାନବାହାନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା । ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଘଣ୍ଟାରୁ ଅଧିକ ସମୟ ଧରି ବିମାନ ଚଳାଚଳ ବନ୍ଦ ରହିଥିଲା ।