ଅକ୍ଟୋବର ମାସରେ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ । କାରଣ ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ । ସମୁଦ୍ର ଭିତରର ଜଳବାୟୁ ଉଷ୍ମ ଥାଏ । ତେଣୁ ବାତ୍ୟା ପାଇଁ ପାଗ ପୁରା ଅନୁକୂଳ । ତେଣୁ ଏବେ ସେହି ଅକ୍ଟୋବରରେ ପୁଣି ଥରେ ବାତ୍ୟା ହେଉଛି । କଥା ହେଲା ବାତ୍ୟା ଆସିବା ପୂର୍ବରୁ ଉପକୂଳବାସିନ୍ଦା ଛାନିଆ ହେଲେଣି । ସରକାରୀସ୍ତରରେ ବି ସବୁ ପ୍ରକାର ପ୍ରସ୍ତୁତି ହେଲାଣି । ହେଲେ ପୁରୀର ପୂଜା ଚର୍ଚ୍ଚା ବଢାଇଛି । ମନେଥିବ ନିଶ୍ଚୟ, ୧୯୯୯ ମସିହାରେ ଯେତେବେଳେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ଜ୍ୟୋତିଷଙ୍କ କଥାରେ ପୂଜାର୍ଚ୍ଚନା କରି ରାତିରେ ଶୋଇ ପଡିଥିଲେ , ଆଉ କାଳ ରାତିରେ ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିଲା ବାତ୍ୟା । ଏବେ ପୁଣି ବାତ୍ୟା ଆସୁଛି , ହେଲେ ପୁରୀରେ ସାଧୁ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି ।
ମୋଟ୍ ଉପରେ ବାତ୍ୟା ଆସୁଥିବାରୁ ଏବେ ପୁରା ରାଜ୍ୟବାସୀଙ୍କ ମନରେ ଛନକା ପଶିଛି । ଏହାରି ଭିତରେ ପ୍ରସ୍ତୁତି ବି ଚାଲିଛି । ଅବଶ୍ୟ ସାଧୁ ଜଣଙ୍କ ପୁରାପୁରି ଭାବରେ କହିନାହାନ୍ତି କି ବାତ୍ୟା କୁ ଟାଳିଦେବେ ବୋଲି କିନ୍ତୁ କହିଛନ୍ତି, ତାଙ୍କର ହୋମଯଜ୍ଞ ପ୍ରଭାବରେ ସମୁଦ୍ର ଜୁଆର ଶାନ୍ତ ହେବ ।