ତେବେ ଜୁନ ୧ରୁ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇବା ପାଇଁ ଆପଣଙ୍କୁ ଆଉ ବାରମ୍ଵାର RTO ଯିବାକୁ ପଡିବନି । ବର୍ତ୍ତମାନ ଆପଣ ଯଦି ଚାହିଁବେ କୌଣସିବି ପ୍ରାଇଭେଟ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରରେ ଆପଣ ଡ୍ରଇଭିଂଙ୍ଗ ଲାଇସେନ୍ସ ବନେଇ ପାରିବେ ।ସରକାରଙ୍କର ଏଭଳି ନିୟମ କରିବାର କାରଣ RTO ଉପରେ ବଢୁଥିବା ଚାପ ପାଇଁ ଏଭଳି କରାଯାଇଛି ।
ପ୍ରାଇଭେଟ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରରେ ମଧ୍ୟ ଡ୍ରଇଭିଂଙ୍ଗ ଟେଷ୍ଟ ପରେ ଲାଇସେନ୍ସ ଆବେଦନ କରାଯାଇ ମିଳିଥାଏ ।ଡ୍ରଇଭିଂଙ୍ଗ ଲାଇସେନ୍ସ ଆବେଦନ କରିବା ପାଇଁ ଡ୍ରଇଭିଂଙ୍ଗ ଟେଷ୍ଟ ସେଣ୍ଟରକୁ ସରକାର ଲାଇସେନ୍ସ ଦେଇଥାନ୍ତି । ସେହି କେନ୍ଦ୍ରରେ ସରକାର ନିୟମ ଓ ଆଇନି ଅନୁସାରେ ଡ୍ରଇଭିଂଙ୍ଗ ଲାଇସେନ୍ସ ବନାଯାଇଥାଏ । ଖାଲି ତାହା ନୁହେଁ ଏହାର ଟେଷ୍ଟ ଗୁଡିକ କରିବା ପାଇଁ ଟୁ-ହ୍ଵଇଲର ପାଇଁ ୧ଏକର ଜାଗା ଏବଂ ଫୋର-ହ୍ଵଇଲର ପାଇଁ ୨ ଏକର ଜାଗାର ଆବଶ୍ୟକତା ରହିଛି ।