ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଏହି ଡିଲ ଜରିଆରା ଉଭୟ ଦେଶ ଚୀନର ସେମିକଣ୍ଡକ୍ଟର, ମିଲିଟାରି ଇକ୍ବିପମେଂଟ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସର ମୁକାବିଲା କରିବେ । ଜ୍ୟାକ ସୁଲିବନଙ୍କ ସହିତ ସାକ୍ଷାତ ପରେ ହ୍ୱାଇଟ ହାଉସ ପକ୍ଷରୁ କୁହା ଯାଇଛି ଯେ – ଆମେ ପାରସ୍ପାରିକ ବିଶ୍ୱାସ ଉପରେ ଆଧାରିତ ଏକ ଖୋଲା, ଏକ୍ସେସେବଲ ଟେକ୍ନୋଲଜୀ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛୁ । ଏହା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ସଂସ୍ଥା ଗୁଡିକୁ ଶକ୍ତିଶାଳୀ କରିବ ।
ଏହା ଉପରେ ଗତ ମଇ 2022ରେ ସହମତି ହୋଇ ସାରିଥିଲା । ଜାପାନରେ ସେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ କଥାବାର୍ତା ପରେ ଉଭୟ ଦେଶ ମଧ୍ୟରେ ସହମତି ସମ୍ପର୍କରେ ଘୋଷଣା ହୋଇଥିଲା ।ଭାରତର ଏନଏସଏ ଓ ଆମେରିକାର ଏନଏସଏଙ୍କ ମଧ୍ୟରେ ସିଧା କଥାବାର୍ତା ହୋଇଛି । ଏହା ଦ୍ୱାରା ସ୍ପଷ୍ଟ ସଂକେତ ଦିଆଯାଇଛି ଯେ ଟେକ୍ନୋଲଜି ଟ୍ରାନସଫର ମାମଲାରେ ଲାଲ ଫିତାଶାହୀର ବାଧାକୁ ଦୂର କରାଯାଇଛି । ଏହା ଦ୍ୱାରା ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସମନ୍ବୟ ଶକ୍ତିଶାଳୀ ହେବ ଓ କମ ସମୟ ମଧ୍ୟରେ ଲମ୍ବା ପ୍ରକ୍ରିୟାକୁ ପୂରା କରାଯାଇ ପାରିବ ।
ଏହା ଦ୍ବାରା ଭାରତ ପାଇଁ ବିଶ୍ୱର 10 ସମ୍ବେଦନଶୀଳ ଓ ଗେମ ଚେଂଜର ଟେକ୍ନୋଲୋଜିର ଦ୍ୱାର ଖୋଲି ଯାଇଛି । ଷ୍ଟ୍ରାଟେଜିକ ଭିଜନ ମାମଲାରେ ଏହାର କୌଣସି ମୁକାବିଲା ନାହିଁ। ଗେମ ଚେଂଜର ଟେକ୍ନଲଜିରେ ଆଡଭାନ୍ସଡ ମେଟେରିଆଲ, ଗ୍ୟାସ ଟରବାଇନ, ଇଂଜିନ ଟେକ୍ନୋଲଜୀ, ଆଡଭାନ୍ସଡ ମାନୁଫାକ୍ଚରିଂ, ନେଟୱର୍କ ସେନ୍ସିଂ ଏଂଡ ସିଗନେଚର, ପରମାଣୁ ଶକ୍ତି ଟେକ୍ନଲଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ସେମି କଣ୍ଡକ୍ଚର ଓ ମାଇକ୍ରୋ ଇଲେକ୍ଟ୍ରନିକ୍ସ ସାମିଲ ରହିଛି
ବିଦେଶ ଖବର ଆହୁରି ପଢନ୍ତୁ ।