ଅଧିକ ପଢନ୍ତୁ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଶାସ୍ତି-ଆଶ୍ବସ୍ତି
ପ୍ରଥମ ସନ୍ଧ୍ୟାରେ ପରିବେଷିତ ହେବ ଓଡ଼ିଆ ଜନମାନସକୁ ଆନ୍ଦୋଳିକ କରିଥିବା ନାଟକ ଆହେ ନୀଳଶୈଳ । ଯେଉଁଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ଶ୍ରୀରାମଚନ୍ଦ୍ରଦେବଙ୍କ ନିରନ୍ତର ପ୍ରୟାସ ଓ ସଂଘର୍ଷକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି ।
ଦ୍ବିତୀୟ ଦିନ ମଞ୍ଚରେ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ବାରା `ଚିତ୍ରଭିତାନମ' ପରିବେଷଣ କରାଯିବ । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀଙ୍କ ସହ ତାଙ୍କ ଶିଷ୍ୟମାନେ ପ୍ରକୃତ ଲୋକଧ୍ବନି ଓ ପ୍ରକୃତ ଓଡ଼ିଶା ଆଧାରିତ `ତିକତା କିତା' ପରିବେଷଣ କରିବେ । ଏବଂ ଶେଷରେ ଲୋକପ୍ରିୟ ଯୁବ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ସଙ୍ଗୀତ ତାଳରେ ଝୁମିବେ ଦର୍ଶକ ।
ରବିବାର ଉଦଯାପନୀ ଉତ୍ସବରେ ସର୍ବପ୍ରଥମେ ଗୁରୁ ଶାଶ୍ବତ ଯୋଶୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ `ଚିରନମସ୍ୟ ପରଂବ୍ରହ୍ମ' ମଞ୍ଚସ୍ଥ ହେବ । ଏହାପରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଅନୁଷ୍ଠାନ ଆଦିଧୂନର ସଞ୍ଚାଳକ ରବି ରତନ ସାହୁଙ୍କ ଦ୍ବାରା "ମହାନଦୀ- ଓଡ଼ିଶା ଓ ସଂସ୍କୃତି" ପ୍ରଦର୍ଶିତ ହେବ । ଗୁରୁ ଅନିରୁଦ୍ଧଙ୍କ ଦ୍ବାରା ପ୍ରସ୍ତୁତ ଛଉ ଓ ପାଇକ ନୃତ୍ୟର ଅପୂର୍ବ ସଂଯୋଜନା `ଅନନ୍ୟ ଓଡ଼ିଶା' ପରିବେଷଣ ପରେ ଶେଷରେ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଫିଆନା ସଙ୍ଗୀତର ତାଳେତାଳେ ଝୁମିବେ ଜନତା ।
ମଞ୍ଚ ପ୍ରଦର୍ଶନ ବ୍ୟତୀତ ମଞ୍ଚ ତଳେ ମଧ୍ୟ ଦେଖିବାକୁ ମିଳିବ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକନୃତ୍ୟର ଝଲକ । ଯାହା ମଧ୍ୟରେ ରହିଛି ଗଞ୍ଜାମର ଯୋଡ଼ିଶଙ୍ଖ, ଦଣ୍ଡ, ପଶୁମୁଖା ନୃତ୍ୟ ଓ ରଣପା । ସେହିପରି ମାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ ନୃତ୍ୟ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ସାମରିକ କଳା ପାଇକ ନାଚ ଆଦି ପ୍ରର୍ଦଶନ କରାଯିବ । ଓଡ଼ିଶା ପର୍ବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନ, ମିଷ୍ଟାନ୍ନ, ଷ୍ଟ୍ରିଟ୍ଫୁଡ୍ ଗୋଟିଏ ସ୍ଥାନରେ ପରଷାଯିବ । ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳର ଖାଦ୍ୟପ୍ରେମୀଙ୍କୁ ଏହା ଖାଣ୍ଟି ଓଡ଼ିଆ ସ୍ବାଦ ପ୍ରଦାନ କରିବ ବୋଲି ଆଶା ରଖିଛନ୍ତି ଆୟୋଜକ ।