ଅର୍ଗସ ବ୍ୟୁରୋ:ଜମ୍ମୁ ଓ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଓମାର ଅବଦୁଲ୍ଲା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଶ୍ରୀନଗରର ଶେର-ଇ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଶେଷ ହୋଇଛି ଶପଥ ଗ୍ରହଣ ସମାରୋହ । ନ୍ୟାସନାଲ କନଫରନ୍ସର ଉପସଭାପତି ଥିବା ଓମାର ଅବଦୁଲ୍ଲା କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରଭାବେ ଶପଥ ନେଇଛନ୍ତି,ସୁରିନ୍ଦର ସିଂହ ଚୌଧୁରୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ।ଜମ୍ମୁ ଓ କାଶ୍ମୀରରେ ସରକାର ଗଠନ ପାଇଁ ଓମାର ଅବୁଦଲ୍ଲାଙ୍କୁ ୪୨ଜଣ ନ୍ୟାସନାଲ କନଫରେନ୍ସ, ୬ କଂଗ୍ରେସ, ଚାରି ସ୍ବାଧୀନ ବିଧାୟକ ଓ ଜଣେ ସିପିଆଇଏମ୍ ବିଧାୟକଙ୍କ ସମର୍ଥନ ରହିଛି ।