ଉଭୟଙ୍କ ବିବାହରେ ଅନେକ ନାମୀଦାମୀ ବଲିଉଡ ଷ୍ଟାର ରୁବିନା ଏବଂ ଅଭିନବ ଶୁକ୍ଲା,ସୋନୁ ନିଗମ,କୈଳାଶ ଖେର,ରଶ୍ମିକା ଦେଶାଇ,ଅର୍ମାନ ମଲ୍ଲିକ ଏବଂ ତାଙ୍କ ପରିବାର, ସ୍ମୁତି ମାନ୍ଧାନା ଆଦି ଉପସ୍ଥିତ ଥିଲେ । ସେମାନେ ସମସ୍ତେ ପଲକ ଏବଂ ମିଥୁନଙ୍କୁ ଶୁଭେଛା ଜଣାଇବା ସହ ବିବାହ ପାର୍ଟିର ମଜା ନେଇଥିଲେ ।
ପଲକ ଅନେକ ରୋମାଣ୍ଟିକ ଗୀତ ଗାଇ ବଲିଉଡରେ ଜଣେ ଲୋକପ୍ରିୟ ଗାୟିକା ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କ ବୟଫ୍ରେଣ୍ଡ ମିଥୁନ ଶର୍ମା ମ୍ୟୁଜିକ କମ୍ପୋଜର ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ଦୁଇଜଣଙ୍କ ସମ୍ପର୍କ ଅନେକ ଦିନରୁ ରହିଥିଲା । ଏବେ ଉଭୟଙ୍କ ହାତଗଣ୍ଠି ପଡିଛି । ଯାହାକୁ ନେଇ ସେମାନେ ଖୁବ ଖୁସି ଅଛନ୍ତି ।