ଛାତ୍ରୀଛାତ୍ରୀଙ୍କ ମାର୍ଗଦର୍ଶନ କରି ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ ଏକଜାମ ୱାରିଅର୍ସ ୨୦୧୮ ମସିହାରେ କେବଳ ହିନ୍ଦି ଏକ ଇଂରାଜୀରେ ଥିଲା । ଶିକ୍ଷାବିତଙ୍କ ପ୍ରସ୍ତାବ ଆଧାରରେ ବର୍ତ୍ତମାନ ଏହି ପୁସ୍ତକ ୧୩ ଟି ଭାଷାରେ ସଦ୍ୟତମ ସଂସ୍କରଣ ପ୍ରକାଶ ପାଇଛି ।
ଆଗକୁ ପରୀକ୍ଷା ଋତୁ ଆସୁଛି । ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ମଧ୍ୟ ହେବ । ତା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଭବିଷ୍ୟତ ତଥା ଆଗାମୀ ପିଢ଼ି ମୋଦିଙ୍କ ଭଳି ମାର୍ଗଦର୍ଶକଙ୍କଠୁ ପ୍ରେରଣା ନେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ପ୍ରେରଣାଦାୟୀ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରୁଛନ୍ତି ବିଭିନ୍ନ ସ୍କୁଲର ଶିକ୍ଷକ । ମୋଦିଙ୍କ ଦିଗଦର୍ଶନକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ । ପରୀକ୍ଷା ଶୁଣିବା ମାତ୍ର ଛାତ୍ରଛାତ୍ରୀଙ୍କ ମନରେ ଭୟ ଆସେ । ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ପରୀକ୍ଷାରୁ ଚାପ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ । ଏହି କାର୍ଯ୍ୟକ୍ରମ ନୂଆପିଢ଼ିଙ୍କ ଆତ୍ମବିଶ୍ବାସକୁ ବଢ଼ାଇବ ।