ମାର୍ଚ୍ଚ 1ରେ ସର୍ବସାଧାରଣ ଦର୍ଶନ ଲାଗି ଖୋଲାଯିବ ବାପ୍ସ ମନ୍ଦିର । ବିଦେଶ ମାଟିରେ ଭାରତୀୟ ସଂସ୍କୃତି, ପରାମ୍ପରା ଓ ଐତିହ୍ୟର ଝଲକ । ଏହି ମନ୍ଦିର ଭାରତୀୟ ସଂସ୍କୃତି ଓ ୟୁଏଇର ପରିଚୟର ପ୍ରତୀକ । 108 ଫୁଟ ବିଶିଷ୍ଟ 7ଟି ଉଚ୍ଚ ଟାଓ୍ବାରରେ ନିର୍ମିତ ଏହି ମନ୍ଦିର ୟୁଏଇର ଏମିରେଟ୍ସର ପ୍ରତୀକ । ମନ୍ଦିର ଭିତରର ଗମ୍ବୁଜରେ ରହିଛି ପଞ୍ଚତତ୍ତ୍ୱର ଝଲକ । ଯାହା ପ୍ରକୃତି ସହ ବଞ୍ଚିବାର ସୁସମ୍ପର୍କକୁ ପ୍ରତିଫଳିତ କରୁଛି । ମନ୍ଦିର କମ୍ପ୍ଲେକ୍ସରେ ଥିବା ଜଳ ଭଣ୍ଡାର ଭାରତର ପ୍ରମୁଖ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀକୁ ସୂଚାଉଛି । ମନ୍ଦିରରେ ଭାରତୀୟ ସଂସ୍କୃତିର ପ୍ରତୀକ ହାତୀ, ମୟୂର ଏବଂ ଗାଈର ପ୍ରତିମୂର୍ତ୍ତି ଖୋଦନ କରଯାଇଥିବାବେଳେ ଆରବ ସଂସ୍କୃତିର ପ୍ରତୀକ କୃଷସାର ମୃଗ, ଓଟ ଏବଂ ଚିଲ(ବାଜ)ର ଚିତ୍ର ମଧ୍ୟ ଖୋଦିତ ହୋଇଛି । ବାପ୍ସ ମନ୍ଦିରରେ ହିନ୍ଦୁ ଧର୍ମର ସମସ୍ତ ଦେବାଦେବୀଙ୍କ ମୂର୍ତ୍ତି ପୂଜା ପାଇବ । ପୂରା ରୀତିନୀତି ସହ ହେବ ପୂଜାର୍ଚ୍ଚନା ।
୭୦୦ କୋଟି ଟଙ୍କାରେ ନିର୍ମିତ ମନ୍ଦିର ଗୋଲାପୀ ରଙ୍ଗ ମାର୍ବଲ ଏବଂ ବାଲୁକା ପଥରରେ ତିଆରି କରାଯାଇଛି । ଯାହାକି ରାଜସ୍ଥାନରୁ ଆସିଛି। କେବଳ ଏତିକି ନୁହେଁ ମନ୍ଦିର କାନ୍ଥରେ ଖୋଦିତ ହୋଇଛି କଳିଙ୍ଗର କଳା ସଂସ୍କୃତି ଓ ଐତିହ୍ୟ । ପ୍ରଥମ ଥର ପାଇଁ ଆବୁଧାବିରେ ନିର୍ମାଣ ହୋଇଥିବା ସ୍ବାମୀ ନାରାୟଣ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ପୂଜା ପାଇଲେ। ବିଶ୍ବନିୟନ୍ତାଙ୍କୁ ୟୁଏଇରେ ବି ଦର୍ଶନ କରିପାରିବେ ବିଶ୍ବବାସୀ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ୟୁଏଇର ସର୍ବ ବୃହତ୍ତ ମନ୍ଦିରେ ପୂଜା ପାଇଛନ୍ତି। ଯାହାକୁ ନେଇ ପ୍ରବାସୀ ଓଡ଼ିଆ ଖୁସି ବ୍ୟକ୍ତି କରିଛନ୍ତି । ତେବେ ମନ୍ଦିର ନିର୍ମାଣ କାର୍ଯ୍ୟରେ ରହିଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ। 200 ଓଡ଼ିଆ କୁଶଳୀ କାରିଗର ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ନିଖୁଣ ମୁନରେ ଆଙ୍କିଛନ୍ତି ଓଡ଼ିଶା କଳା ଓ ଭାସ୍କର୍ଯ୍ୟର ପ୍ରତିଛବି। ଅଯୋଧ୍ୟାରୁ ଆବୁଧାବି ସବୁଠି ଭକ୍ତିର ପରିବେଶ। ଜୟ ଶ୍ରୀରାମ ନାରା କମ୍ପିଲା ଉଠିଲା ଆବୁଧାବି। ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ୟୁଏଇ ଏବଂ ଭାରତର ସଂସ୍କୃତି ଓ ବନ୍ଧୁତ୍ୱର ପ୍ରତୀକ ବାପ୍ସ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
ଅଧିକ ପଢନ୍ତୁ ଭାରତ ଖବର