ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଗୁଜରାଟରେ ଜଳ ସଂଚୟ ଜନ ଭାଗିଦାରୀ ପରିଯୋଜନାକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି। ଦେଶର ଅନେକ ରାଜ୍ୟ ରେ ବର୍ଷା ବିତ୍ପାତ କାରଣରୁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହୋଇ ଆସିଛି । ଏଥର ଗୁଜୁରାଟରେ ପ୍ରବଲ ବର୍ଷା ରେ ପୁରା ରାଜଯବାସୀ ଙ୍କ ହାଲ ବେହାଲ ହୋଇଛି। ପ୍ରକୃତିର ଏହି କ୍ରୋଧକୁ ପ୍ରତିହତ କରିବାରେ ଆମକୁ ସାହାଯ୍ୟ କରିବାକୁ ସମସ୍ତ ସିଷ୍ଟମର ଶକ୍ତି ନଥିଲା ଦେଶବାସୀଙ୍କର ଏପରି ଏକ ପ୍ରକୃତି ଅଛି ଯେ ସଙ୍କଟ ସମୟରେ ସମସ୍ତେ କାନ୍ଧ କାନ୍ଧରେ ଠିଆ ହୋଇ ସମସ୍ତଙ୍କୁ ସାହାଯ୍ୟ କରନ୍ତି । ଆଜି ଗୁଜରାଟ ଜଳ ମନ୍ତ୍ରାଳଯ ଦ୍ବାରା ଆଯୋଜିତ ଏହି ଉଦ୍ଘାଟନୀ ସମାରୋହରେ ଭର୍ଚୁଆଲ ମୋଡରେ ଜୋଡି ହୋଇଥିଲେ ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଥମୁନି ଜନନୀ ଯନ୍ତ୍ରଣା । ଗ୍ରାମକୁ ରାସ୍ତା ନ ଥିବାରୁ ୪ କିଲୋମିଟର ଗର୍ଭବତୀଙ୍କୁ କାନ୍ଧରେ ବୋହି ମେଡିକାଲ ନେଲେ ଗ୍ରାମବାସୀ। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପଟ୍ଟାଙ୍ଗି ବ୍ଲକ ଏଟିଗାବଡର ଗ୍ରାମରେ । ଗ୍ରାମର ଗର୍ଭବତୀ ମହିଳା ମାଲେ ହୋନ୍ତାଲଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା।
ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି । ଶେଷରେ ଗର୍ଭବତୀଙ୍କୁ କାନ୍ଧରେ ବୋହି ହସ୍ପିଟାଲ ଯାଏଁ ଆଣିଥିଲେ ଗାଁଲୋକେ । ଏପରି ଘଟଣା ଏହି ଅଞ୍ଚଳରେ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ। ୨୪ ବର୍ଷ ହେଲା ବିଜେଡି ଶାସନରେ ଗାଁକୁ ଖଣ୍ଡେ ରାସ୍ତା ହୋଇପାରିନି। ପ୍ରଶାସନ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ଅଞ୍ଚଳରେ ସରକାରୀ ଯୋଜନାଗୁଡିକ ଏଯାଏ ଅପହଞ୍ଚ। ବିଜେପି କ୍ଷମତାକୁ ଆସିବାପରେ ଗାଁର ସ୍ଥିତିରେ ସୁଧାର ଆସିବ ବୋଲି ଗାଁ ଲୋକେ ଆଶାବାଦୀ ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ଯାହାକୁ ନେଇ ଖୁବ୍ ଉତ୍ସାହିତ ମହିଳା। ଏହା ସହ ଦେଶର 10 ଲକ୍ଷ ଆବାସ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି। ଆବାସ ପ୍ଲସ୍ 2024 ଆପର ମଧ୍ୟ ଉନ୍ମୋଚନ କରିବେ । ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ବ୍ଲୁ ବୁକ ସିକ୍ୟୁରୁଟି ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଏୟାରପୋର୍ଟରୁ ଜନତା ମୈଦାନ ପର୍ଯ୍ୟନ୍ତ କେଉଁ ଅଧିକାରୀ କେଉଁ ଦାୟିତ୍ବରେ ରହିବେ।
11 ଜଣ ଡିସିପି ରେଙ୍କର ଅଧିକାରୀ , 22 ଜଣ ଅତିରିକ୍ତ ଡିସିପି, 66 ଜଣ ଏସିପି, 100 ଜଣ ଆଇଆଇସି, 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । ଲକ୍ଷାଧିକ ମହିଳାଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ଥିବାରୁ ବ୍ୟାପକ ମହିଳା ପୋଲିସ ଅଧିକାରୀ ମଧ୍ୟ ମୁତୟନ କରାଯିବ। ଏହା ସହ STU, ଓଡ୍ରାଫ ଟିମ ସହ ଦୁଇ କମ୍ପାନୀ CRPF ମଧ୍ୟ ମୁତୟନ ହେବେ । ସାଧା ପୋଷାକ ଧାରୀ ପୋଲିସ, ଡଗ ସ୍କ୍ବାଡ, ବମ ସ୍କ୍ୱାଡକୁ ମୋଦିଙ୍କ ଗସ୍ତ ବେଳେ ମୁତୟନ କରାଯିବ । ଏପଟେ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟରୁ ଜନତା ମୈଦାନ ଏବଂ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ। ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ବାଲେଶ୍ବର ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର। ମାଟି ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳରେ ପାଣି ଜମିପାରେ। କିଛି ନଦୀରେ ଜଳପତ୍ତନ ବୃଦ୍ଧି ଘଟିବା ଆଶଙ୍କା ଥିବାରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ ବଡବିଲ ଗାଁରେ ଭୁଶୁଡି ପଡିଛି ଘର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର