ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଷଣ୍ଢ ଫସଲ ଖାଇଗଲା ବୋଲି ତାକୁ ୭ ଦଣ୍ଡ ସ୍ୱରୂପ ୭ ଦିନ ଭୋକ ଉପବାସ ରେ ବାନ୍ଧି ରଖାଯାଇଥିଲା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର କୋଦଭଟା ଗ୍ରାମରେ । ଘଟଣା ଅନୁସାରେ କୋଡଭଟା ରେ ଜଣେ ଚାଷୀ ତାଙ୍କ ଜମିରେ ମକା ଚାଷ କରିଥିଲେ । ସାତ ଦିନ ପୂର୍ବରୁ ତାଙ୍କ ମକା ଫସଲ କୁ ଏକ ଷଣ୍ଢ ଖାଇଦେଇଥିଲା । ଜମି ମାଲିକ ଉକ୍ତ ଷଣ୍ଢ କୁ କାବୁ କରି ଗୋଟେ ଗଛ ରେ ବାନ୍ଧି ରଖିଥିଲେ । ଏଭଳି ସାତ ଦିନ ବିତି ଯାଇଥିବା ବେଳେ ଷଣ୍ଢ ଟି କିଛି ଖାଇବାକୁ ପାଇ ନଥିଲା ଏଭଳିକି ପାଣି ଟିକିଏ ବି ପିଇବାକୁ ପାଇ ନଥିଲା । ଘଟଣା ସଂପର୍କ ରେ ସ୍ଥାନୀୟ କିଛି ବ୍ୟକ୍ତି ଜାଣିବା ପରେ ଷଣ୍ଢ କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ଜମି ମାଲିକ ଗାଳି ଗୁଲଜ କରିଥିଲା । ପରେ ସ୍ଥାନୀୟ ଲୋକ ରାଇଘର ପୋଲିସ କୁ ଖବର ଦେଇଥିଲେ । ରାଇଘର ପୋଲିସ କୋଦଭଟା ପହଞ୍ଚି ଷଣ୍ଢ କୁ ଉଦ୍ଧାର କରିଥିଲେ । ତେବେ ଏଭଳି ଘଟଣା କୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଇରାନରେ ବଡ ସାଇବର୍ ଆଟାକ୍ । ଶନିବାର ଇରାନ୍ ର ନିଉକ୍ଲିଅର୍ ସାଇଟ ସହିତ ଆହୁରି ଅନେକ ପ୍ରତିଷ୍ଠାନ ଉପରେ ସାଇବର୍ ଆଟାକ୍ ହୋଇଛି ।ଏହି ଆଟାକ୍ ପରେ ଇରାନ ର ସମସ୍ତ ସରକାରୀ ଏଜେନ୍ସିର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ବିବାଦ ଅଧିକ ରୁ ଅଧିକ ଘନିଭୁତ ହେଉଥିବା ବେଳେ ଇରାନ୍ ଉପରେ ଏପରି ସାଇବର୍ ଆଟାକ୍ ଇସ୍ରାଏଲ୍ ର ପ୍ଲାନ ବୋଲି କୁହାଜାଇଛି ।
ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟ ଯୁଦ୍ଧ : ଋଷିଆ ଶରଣ ପଶିଲା କି ଇରାନ ?
ସାଇବର୍ ଆଟାକ୍ ରେ ଇରାନ ର ପରମାଣୁ କେନ୍ଦ୍ରର କାଯ୍ୟାଳୟ ଉପରେ ଇସ୍ରାଏଲ୍ ଆଟାକ୍ କରିବା ପରେ ଇରାନ୍ ପାଇଁ ଚିନ୍ତା ବଢିଛି । ଅକ୍ଟୋବର ୧ ରେ ଇସ୍ରାଏଲ ଉପରେ ଇରାନର ନିସାଇଲ୍ ଆଟାକ୍ ପରେ ଇସ୍ରାଏଲ୍ ଏହାର ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି କରୁଥିଲା । ତେବେ ଏହି ସାଇବର ଆଟାକ୍ ଏହାତ ଫାଷ୍ଟ ସ୍ଟେପ୍ ବୋଲି କୁହାଯାଉଛି ।
ଝାରସୁଗୁଡା: ଆଜି ସନ୍ଧ୍ୟାରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିବା ପରେ ଜିଲ୍ଲାରେ ଭବ୍ୟ ସ୍ୱାଗତ କରାଯାଇଛି ।
ସମ୍ବଲପୁର ଯିବା ବାଟରେ ସମୟରେ ଝାରସୁଗୁଡା ଜିଲ୍ଲାର ଶୁକ୍ରବଜାର ରେଳଇନଷ୍ଟିଚ୍ୟୁଟ ପୁଜାମଣ୍ଡପ, ଝଣ୍ଡାଛକ ପୂଜା ମଣ୍ଡପ, ଝାରସୁଗୁଡା ଟାଉନ ପୂଜା ମଣ୍ଡପ ଯାଇ ମା' ଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ମା' ଙ୍କ ଦର୍ଶନ କରି ଆଶୀର୍ବାଦ ନେବାସହ ଜନ ସାଧାରଣଙ୍କ କଲ୍ୟାଣ କାମନା କରିଛନ୍ତି । ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ପୂଜାକମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଜଗଦଜନନୀଙ୍କ ଦର୍ଶନ ପରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଜୟ ଦୁର୍ଗତି ନାଶିନି ମହିସା ମର୍ଦିନି ମା ଦୁର୍ଗାଙ୍କ ଆଜି ମାଙ୍କ ମହା ନବମୀ ପୂଜା ହେଉଛି, ପୁରପଲ୍ଲୀ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ସାତଭାୟା ଠାରେ ମହା ଆଡମ୍ବର ସହକାରେ ମହା ନବମୀ ପୂଜା ହେଉଛି।୧୧ ବର୍ଷ ଧରି ମା ପୁଜା ପାଈ ଆସୁଛନ୍ତି। ସାତଭାୟାରେ ଚୋରି ଡକାୟତି ଲୁଟପାଟ ଏବଂ ମାଓବାଦୀଙ୍କ ଉପଦ୍ରବ ଥିଲା, ମାଙ୍କ ପୂଜାର୍ଚ୍ଚନା ପରେ ଲୋକେ ନିର୍ଭୟରେ ବସବାସ କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: