ଅଧିକ ପଢନ୍ତୁ : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଏହାକୁ ନେଇ ପୂରା ଗାଡ଼କଣ ଅଞ୍ଚଳର ଲୋକେ ଉତ୍ସାହିତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରବିବାର ଗଡ଼କଣ ଯାଇ ହିତାଧିକାରୀଙ୍କ ଘର ବୁଲି ଦେଖିବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଅପେକ୍ଷାରେ ଭୁବନେଶ୍ବର ଗାଡ଼କଣର ଅନ୍ତର୍ଜାମୀ ନାୟକ। ମଙ୍ଗଳବାର ଓଡ଼ିଶା ଗସ୍ତ ଅବସରରେ ଅନ୍ତର୍ଜାମୀଙ୍କ ପିଏମ ଆବାସ ଉଦଘାଟନ କରିବେ ନିଜେ ପ୍ରଧାନମନ୍ତ୍ରୀ ମୋଦି। ଏ ଖବର ଶୁଣିବା ପରେ ଅନ୍ତର୍ଜାମୀଙ୍କ ପରିବାରରେ ଖୁସି କହିଲେ ନସରେ। କେବଳ ଅନ୍ତର୍ଜାମୀ ନୁହନ୍ତି ଗାଡ଼କଣ ଅଞ୍ଚଳର ଅନ୍ୟ ୩୭ ଜଣ ପିଏମ ଆବାସ ହିତାଧିକରୀଙ୍କୁ ଭେଟି ସେମାନଙ୍କ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।
ଅଧିକ ପଢନ୍ତୁ : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଏହାକୁ ନେଇ ପୂରା ଗାଡ଼କଣ ଅଞ୍ଚଳର ଲୋକେ ଉତ୍ସାହିତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରବିବାର ଗଡ଼କଣ ଯାଇ ହିତାଧିକାରୀଙ୍କ ଘର ବୁଲି ଦେଖିବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଟେଷ୍ଟ ସିରିଜ ହରାଇବା ପରେ ଫର୍ମରେ ରହିଛି ବାଂଲାଦେଶ ଟିମ୍। କାଲି ସକାଳ ୯ଟା ୩୦ ରୁ ଆରମ୍ଭ ହେବ ମ୍ୟାଚ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ସେପ୍ଟେମ୍ବର ୧୯ରୁ ୨୩ ଯାଏ ଖେଳାଯିବ । ଯାହାକି ଚେନ୍ନାଇରେ ଖେଳାଯିବ । ପରେ ପରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ ୨ୟ ଟେଷ୍ଟ ମ୍ୟାଚ୍ ଏହା କାନୁପରରେ ଖେଳାଯିବ ।
ଅଧିକ ପଢନ୍ତୁ କ୍ରୀଡା ଖବର
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଛି । ପୂର୍ବରୁ ନୂଆଦିଲ୍ଲୀରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ଏଥିସହ ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍କିପକ୍ସ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଗଗନଯାନ ମିଶନ, ଶୁକ୍ର ମିଶନ ଓ ମହାକାଶରେ ଭାରତର ସ୍ପେସ ଷ୍ଟେସନ୍ ପାଇଁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ । ଆମେରିକା, ଚୀନ ପରେ ଭାରତ ମହାକାଶରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ।
ଆହୁରି ତ୍ବରାନ୍ବିତ ହେବ ଭାରତର ଚନ୍ଦ୍ର ଅଭିଯାନ । ଚନ୍ଦ୍ରଯାନ ୩ ମିଶନରେ ଭାରତର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଆଉ ଏକ ବଡ ମିଶନ ଆରମ୍ଭ ହେବାକୁ ଯାଉଛି । ଚନ୍ଦ୍ରଯାନ ୪ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରେ ଅବତରଣ କରି ପୁଣି ସେଠାରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରାଯିବ । ଇସ୍ରୋ ପକ୍ଷରୁ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମିଶନ ଆସନ୍ତା ୩୬ ମାସ ମଧ୍ୟରେ ଚୂଡାନ୍ତ ରୂପ ନେବ । ଏଥିପାଇ ୨୧୦୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଜଣେ ବ୍ୟକ୍ତିଙ୍କୁ ପଠାଇବା ସହ ସେଠାରୁ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଚନ୍ଦ୍ରଯାନ ୪ ମିଶନ ଦ୍ବାରା ଏହା ଆଉ ପାଦେ ଆଗେଇବ ।
ଭାରତର ଚନ୍ଦ୍ର ଓ ମଙ୍ଗଳ ମିଶନ ପରେ ଶୁକ୍ର ଗ୍ରହର ଗତିବିଧି ଉପରେ ଅଧିକ ତଥ୍ୟ ସଂଗ୍ରହ କରାଯିବ । ଭାରତର ଅତ୍ୟାଧୁନିକ ସ୍ପେସକ୍ରାଫ୍ଟ ଶୁକ୍ରଗ୍ରହର ଚତୁପାର୍ଶ୍ବରେ ବୁଲି ସେଠାକାର ପୃଷ୍ଠଭୂମି, ବାୟୁର ଚାପ ଓ ସୂର୍ଯ୍ୟଙ୍କ କିରଣ ସେଠାରେ କଣ ପ୍ରଭାବ ରହିଛି ତାହା ଅନୁଧ୍ୟାନ କରାଯିବ । ପୃଥିବୀ ପରି ଶୁକ୍ରଗ୍ରହରେ ମଧ୍ୟ ଜୀବସତ୍ତା ଥିବା ବିଶ୍ବାସ କରାଯାଉଥିବାରୁ ଏହି ମିଶନର ଅନେକ ଗୁରୁତ୍ବ ରହିଛି । ଭାରତର ଶୁକ୍ର ମିଶନ ୨୦୨୮ରେ ଆରମ୍ଭ କରିବାକୁ ଟାର୍ଗେଟ୍ ରଖାଯାଇଛି । ୧୨୩୬କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ମିଶନର ୮୨୪କୋଟି ଟଙ୍କା ସ୍ବତନ୍ତ୍ର ମହାକାଶ ଯାନ ପାଇଁ ବ୍ୟବହାର କରାଯିବ । ଏଥିସହ ୨୦୨୮ସୁଦ୍ଧା ଭାରତ ପକ୍ଷରୁ ମହାକାଶରେ ଏକ ସ୍ପେସ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର