ଅର୍ଗସ ବ୍ୟୁରୋ: ପୁଣି ବିବାଦରେ ପାଣ୍ଡିଆନ । କହୁକହୁ କହିଲେ, ନବୀନଙ୍କ ଇଞ୍ଜିନ ବହୁତ ଭଲ । ତାଙ୍କ ନେତୃତ୍ଵରେ ବିକାଶ ବଢିଆ ହେବ । କିନ୍ତୁ ତାଙ୍କ ନେତୃତ୍ଵରେ ବିକାଶ କେମିତି ହେଉଛି ସେ କଥାବି କହିଦେଲେ ପାଣ୍ଡିଆନ । । ତାଙ୍କ କଥା ଶୁଣିବା ପରେ ଆପଣ ନିଜେ ଜାଣିସାରିଥିବେ ନବୀନଙ୍କ ଇଞ୍ଜିନ ବିକାଶ କେମିତି କରୁଛି ?
ପାଣ୍ଡିଆନଙ୍କ ଭାଷାରେ ନବୀନ ଇଞ୍ଜିନ ବହୁତ ଭଲ ବିକାଶ କଲେ । ହେଲେ ୨୪ ବର୍ଷର ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ଏମିତି କି ବିକାଶ କରୁଛନ୍ତି ଯେ ସରିବାର ନା ଧରୁନି । ଏବେ ବି ଗାଁକୁ ରାସ୍ତା ନାହିଁ, ବିଜୁଳି ନାହିଁ କି ପାଣି ବି ନାହିଁ । କିନ୍ତୁ ଏହା ପରେ ବି ପାଣ୍ଡିଆନ କହୁଛନ୍ତି ଆମେ ବିକାଶ କରୁଛି । ହେଲେ ନବୀନ ବିକାଶରମାନେ ହେଉଛି ଦାଦନଙ୍କ ସଂଖ୍ୟା ବଢିବ, ମଦ୍ୟପଙ୍କ ସଂଖ୍ୟା ବଢିବ ।
ନବୀନ ଇଞ୍ଜିନ...ଇଏ ଏମିତି ଇଞ୍ଜିନ ଯାହା ଆମ ଓଡ଼ିଆ ଭାଇଭଉଣୀ....ମାଆ-ମାଉସୀଙ୍କୁ ଟାଣିଟାଣି ତାମିଲନାଡୁ, ସୁରଟ ଆଉ କେରଳରେ ଛାଡି ଆସିବ ଦାଦନ ଖଟିବା ଲାଗି । ଆଉ ଫେରିବା ବେଳକୁ ଆଣିବ ଅଣଓଡ଼ିଆ ଠିକାଦାରଙ୍କୁ ଧରି । ଯେଉଁମାନେ ଆସିବେ , ସେମାନେ ଏଇଠି ରାଜୁତି କରିବେ । କୋଟି କୋଟି ଟଙ୍କା ନେଇ ଯିବେ । ପୁଣି ଆମକୁ ନାଲିଆଖି ଦେଖାଇବେ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ନବୀନ ସରକାରର ଇଞ୍ଜିନ ଓଡ଼ିଶା ବାହାରକୁ ଖଣି ଓ ଦାଦନ ପଠାଉଛି ଆଉ ନେଇକି ଆସୁଛି ତାମିଲ ଠିକାଦାର ।
ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ପାଣ୍ଡିଆନ ନିଜ ଭାଷଣରେ କହିଲେ ୪୦ ବର୍ଷ ହେଲାଣି ରାସ୍ତା ହୋଇନାହିଁ । କିନ୍ତୁ ୬ ମାସରେ ରାସ୍ତା ହୋଇଯିବ ବୋଲି ଆଜି କହିଛନ୍ତି ପାଣ୍ଡିଆନ । କଥାରେ ଅଛି, ଯାହା ନହୋଇଛି ବାଲ୍ୟକାଳେ ତାହା କି ହେବ ବୃଦ୍ଧ କାଳେ...ଆଉ ଆଜିର ପାଣ୍ଡିଆନଙ୍କ କଥା ଶୁଣିବା ପରେ ଏ କଥା ସ୍ପଷ୍ଟ ହୋଇଛି ଏ ସରକାର କେବଳ ଭାଷଣମାରେ, ହେଲେ କାମ କରେନି । କାରଣ ଆମେ ଜାଣିଛେ, ଗଂଜାମରେ ୨୨ ବ୍ଲକ୍ରେ ପ୍ରାୟ ୫୦ ଲକ୍ଷ ଲୋକ ବସବାସ କରୁଛନ୍ତି । ହିସାବ କଲେ ଗୋଟିଏ ବ୍ଲକ୍ରେ ପାଖାପାଖି ୧ ଲକ୍ଷ ୬୦ ହଜାର ଲୋକ ରହୁଛନ୍ତି । କିନ୍ତୁ ରିପୋର୍ଟ କହୁଛି, ଗ୍ରାମୀଣ ଓଡ଼ିଶାରୁ ପାଖାପାଖି ୩୩ ପ୍ରତିଶତ ଲୋକ ଦାଦନ ଯାଉଥିବା ବେଳେ ଗଂଜାମରୁ ଯାଉଛନ୍ତି ପାଖାପାଖି ୬୦ ପ୍ରତିଶତ । ମାନେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରୁ ଅନ୍ୟ ଜିଲ୍ଲା ଅପେକ୍ଷା ଡବଲ ଲୋକ ଦାଦନ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସାରୁଆ ଗାଁରୁ ୮୦ ପ୍ରତିଶତ ଲୋକ ଯାଉଛନ୍ତି ଦାଦନ । ସ୍ଥିତି ଏମିତି ହେଲାଣି ଯେ ସେଇ ଗାଁ ଏବେ ପୁରୁଷ ଶୂନ୍ୟ ହୋଇ ତା'ର ନାଁ ଭୂତ ଗାଁ ହେଲାଣି ।
ତଥ୍ୟ କହୁଛି, ଓଡ଼ିଶାରୁ ପାଖାପାଖି କୋଟିଏ ଲୋକ ଦାଦନ ଯାଉଛନ୍ତି । ହେଲେ ତା ଭିତରୁ କେବଳ ଗଂଜାମରୁ ଯାଉଛନ୍ତି ୧୫ ଲକ୍ଷ । ଅର୍ଥାତ୍ ବ୍ଲକ୍ ପିଛା ପାଖାପାଖି ଲକ୍ଷେ ଲୋକ ଦାଦନ ଯାଉଛନ୍ତି । ହେଲେ ବି ନବୀନ କହୁଛନ୍ତି ଆମକୁ ଦରକାର ହିଞ୍ଜିଳି ମଡେଲ । ମୋଟ୍ ଉପରେ ହିଞ୍ଜିଳି ମଡେଲ୍ର ମାନେ ।