ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ ମଧ୍ୟରେ ପୋଲାଭାରାମ ପ୍ରକଳ୍ପ ସହ ଜଡିତ ବିବାଦର ସମାଧାନ ପାଇଁ ଡକାଯାଇଥିବା ବୈଠକ ସମ୍ପର୍କରେ ଏକ ଷ୍ଟାଟସ ରିପୋର୍ଟ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟକୁ ମାଗିଛନ୍ତି । ଏନେଇ ମନ୍ତ୍ରାଳୟ ପକ୍ଷରୁ ସମୟ ମଗା ଯାଇଥିଲା ବେଳେ କୋର୍ଟ ଦୁଇ ମାସ ସମୟ ଦେଇଛନ୍ତି ।
ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 15 ତାରିଖରେ ହେବ । ଜଷ୍ଟିସ ଏସ.କେ କୌଲ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଅତିରିକ୍ତ ସଲିସିଟର ଜେନେରାଲ (ASG) ଏଶ୍ୱର୍ଯ୍ୟା ଭାଟିଙ୍କ ବିବୃତ୍ତି ରେକର୍ଡକୁ ନେଇଥିଲେ କୋର୍ଟ ।