ଏପଟେ ସ୍ତ୍ରୀ ପକ୍ଷାଘାତରେ ପିଡିତ। ନାତୁଣୀକୁ କିପରି ପାଳିବି ? ତାର ପାଠପଢା କେମିତି ହେବ? ତାର ଭବିଷ୍ୟତ ଅନ୍ଧାର ହୋଇଯିବ। ଏ ସମସ୍ତ କଥା ଭାବି ନାତୁଣୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃଦ୍ଧ ଜଣଙ୍କ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଇଛନ୍ତି। ମୁକୁନ୍ଦ ବନଛୋର ୭୩ ବର୍ଷିୟ ପତ୍ନୀ ଓ ୯ ବର୍ଷିୟ ନାତୁଣୀଙ୍କୁ ନେଇ ରହୁଥିଲେ । ଜେଜେବାପା ମୁକୁନ୍ଦଙ୍କ କହିବାନୁସାରେ, ପୁଅ ଦିବାକରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ବୋହୁ ପାଗଳି ହୋଇଯାଇଥିଲା । ନିଜେ ପୂର୍ବରୁ କୁଲିମଜୁରି କରି ପାରୁଥିଲେ । ନିଜ ସ୍ପଳ୍ପ ରୋଜଗାର ସହ ଭତ୍ତା ଓ ରାସନ ଖଣ୍ଡିକ ସାହାରା ହୋଇଥିଲା । ଛୋଟ ନାତୁଣୀ ଓ ପକ୍ଷାଘାତ ରୋଗରେ ପିଡିତ ପତ୍ନୀଙ୍କ ପେଟ ସେଥିରେ ଭରୁଥିଲା । ହେଲେ ଏବେ ବୟସ ବଢିଗଲାଣି । ସ୍ୱଳ୍ପ ଭତ୍ତା ଟଙ୍କାରେ କେମିତି ନାତୁଣୀର ପାଠପଢା ହେବ ? ସେମାନଙ୍କ ମୃତ୍ୟୁ ପରେ କିଏ ନାତୁଣୀଙ୍କ ଯତ୍ନ ନେବ? ଏ କଥା ଗାଁ ଲୋକ ସବୁବେଳେ କହୁଥିଲେ । ଏଣୁ ଇଚ୍ଛା ନଥିଲେ ବି ସେ ସରକାରଙ୍କୁ ତାଙ୍କ ନାତୁଣୀଙ୍କୁ ଟେକି ଦେଇଛନ୍ତି।