ଏବେ ପୁଣି ସମାନ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାରେ । କାରଣ ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଖୋଦ୍ ରାଜଧାନୀ ଭୁବନେଶ୍ଵରରେ ୨୬ ତମ କଳିଙ୍ଗ ପୁସ୍ତକ ମେଳା ୨୦୨୩ରେ ଯୋଗ ଦେଇଥିଲେ । ମଞ୍ଚରେ ଉପସ୍ଥିତ ଥିଲେ ରାଜ୍ୟପାଳ । ହେଲେ ଏତିକି ବେଳେ ହେଲା ପାୱାରକଟ୍ । ଅନ୍ଧାର ହେବାରୁ ମୋବାଇଲ ଟର୍ଚ୍ଚ ଲାଇଟ୍ ଜଳାଇଥିଲେ ଶୁଭେଚ୍ଛୁ । ହେଲେ ଭିଭିଆଇପିଙ୍କ ପୋଗ୍ରାମ୍ରେ କେମିତି ବିଜୁଳି ବିଭ୍ରାଟ ହେଲା ତାହାକୁ ନେଇ ଉଠିଲାଣି ପ୍ରଶ୍ନ ...
ଯେତେ ସମାଲୋଚନା ହେଉ କି ଯେତେ ଦୋଷ ବି ଦିଆଯାଉ... କମ୍ ପଡ଼ିଯିବ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଆଗରେ । କାରଣ ଦେଶର ରାଷ୍ଟ୍ରପତିଙ୍କ ସଭାରେ ଓ ପଡୋଶୀ ରାଜ୍ୟର ରାଜ୍ୟପାଳଙ୍କ ସଭାରେ ଯେ ବିଦ୍ୟୁତ ବିଭ୍ରାଟ ହେବ, କିଟି କିଟି ଅନ୍ଧାର ଭିତରେ ଛିଡ଼ା ହୋଇ ଅଭିଭାଷଣ ରଖିବେ ଭିଭିଆଇପି । ତା’ପୁଣି ତାଙ୍କ ଜନ୍ମମାଟିରେ... ୟାଠୁ ଲଜ୍ଜାଜନକ ଘଟଣା ବା ଆଉ କ’ଣ ଘଟିପାରେ ?
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଭିଭିଆଇପିଙ୍କ ପୋଗ୍ରାମ୍ ବେଳେ ଯେମିତି କୌଣସି ପ୍ରକାର ବିଶୃଙ୍ଖଳା ନହୁଏ ସେଇଥି ଲାଗି ପ୍ରୋଟୋକଲ ଅନୁସାରେ ସବୁ ପ୍ରକାର ବ୍ୟବସ୍ଥା କରିବାର ଦାୟିତ୍ଵ ରାଜ୍ୟ ସରକାରଙ୍କର । ହେଲେ ଏଇଠି ସବୁ ବ୍ୟବସ୍ଥାକୁ ଯେମିତି ପରିହାସ କରିଛନ୍ତି ରାଜ୍ୟ ସରକାର । ତେବେ ଜାଣିଶୁଣି କରାଯାଇଛି କି ଅଜଣାତରେ ହୋଇଛି ସେନେଇ ତଥ୍ୟ ନଥିଲେ ବି ଭିଭିଆଇପିଙ୍କ ସଭାରେ ଏମିତି ବିଜୁଳି ବିଭ୍ରାଟକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ତେବେ ପୂରା ଘଟଣାକୁ ନେଇ ରାଜ୍ୟ ସରକାର କିମ୍ବା ପ୍ରଶାସନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।