ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଆମ ରାଜ୍ୟ ଓଡ଼ିଶା ଏବଂ ଦେଶକୁ ଗୌରବାନ୍ୱିତ କରିଥିବା @PramodBhagat83 ଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଲି । pic.twitter.com/K4aj8m8v56 — Dharmendra Pradhan (@dpradhanbjp) September 4, 2021
ଶ୍ରୀ ପ୍ରଧାନ ଟ୍ଵିଟ କରି ଲେଖିଛନ୍ତି ଯେ, ବିଶ୍ୱ ଚାମ୍ପିୟନ ଏବଂ ଦେଶର ସର୍ବୋତ୍ତମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆଜି ଆମେ ସମସ୍ତେ ଗର୍ବିତ । ପାରାଲିମ୍ପିକ୍ସରେ ତାଙ୍କର ସ୍ୱର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନୀ ଯୁବ ସମାଜକୁ ପ୍ରେରଣା ଦେବ ।