ଅଧିକ ପଢନ୍ତୁ : ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି
ପ୍ରଧାନମନ୍ତ୍ରୀ । ପାଣି ଭିତରେ ବୁଡ଼ି ଯାଇଥିବା ଦ୍ବାରକା ନଗରୀରେ ପହଞ୍ଚି ପ୍ରାର୍ଥନା କରିବାକୁ ଦିବ୍ୟ ଅନୁଭବ କହିବା ସହ ସମ୍ପୂର୍ଣ୍ଣ ଅନୁଭବକୁ ଶବ୍ଦରେ ବଖାଣି ପାରିବି ନାହିଁ । ଦର୍ଶନ ସମୟରେ ଇଶ୍ୱରୀୟ ଅନୁଭୂତି ସହ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ଯୋଡ଼ି ହୋଇଥିବା ଅନୁଭବ ହୋଇଥିଲା। ଏବାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର କୁଚ ଉପସାଗରରେ ଭାରତର ଦୀର୍ଘତମ କେବୁଲ ସେତୁ ସୁଦର୍ଶନ ସେତୁର ଉଦଘାଟନ କରିଥିଲେ । ଦ୍ୱାରକାରେ ୪ ହଜାର ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ତଥା ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଆଜି ରାଜକୋଟର ରେସ୍ କୋର୍ସ ଗ୍ରାଉଣ୍ଡରେ ୪୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ, ସଡ଼କ, ରେଳ, ଶକ୍ତି, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନ ପ୍ରକଳ୍ପ ସାମିଲ ରହିଛି ।