ଅଧିକ ପଢନ୍ତୁ ଭାରତ ଖବର
ଚଢ଼ଉ ପରେ ରାଜ୍ୟରୁ ୫.୩୯ କୋଟି ଟଙ୍କା ନଗଦ ଜବତ କରାଯାଇଛି । ଏଥିସହ ୧୫.୫୯ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ମଧ୍ୟ ସିଜ୍ କରିଛି ଇଡି । ଏହି ମାମଲାରେ ଏ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା ୪ ଜଣଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪୫୦କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ଏହା ସହ ୧୪ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏତଲା ଦାଖଲ କରିଛି । ନିକଟରେ ମହାଦେବ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଆପ୍ର ମାଲିକ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ନାମ ଥିବା ଜଣାପଡ଼ିଥିଲା ।