ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ନଳଯୋଗେ ଜଳ ଯୋଗାଣ, ଆବାସ ଯୋଜନା ପରି ଅନେକ ଲୋକ ହିତ କର ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।
ସେପଟେ ପୂର୍ବରୁ ବେନିଆ ଜାଳେଣି କାଠ ସଂଗ୍ରହ ନିଁମନ୍ତେ ଜଙ୍ଗଲକୁ ଯାଉଥିଲେ । ଧୂଳି ଧୂଆଁର ଶିକାର ହେଉଥିଲେ । କିନ୍ତୁ ଉଜ୍ୱଳା ଯୋଜନାରେ ଏବେ ସବୁ କଷ୍ଟ ଦୂର ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଆଗରେ ଗୋଟି ଗୋଟି କରି ବଖାଣିଥିଲେ । ଏହାସହ ନିଜ ପିଲାଙ୍କୁ ଇଞ୍ଜିନିୟର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଏହି କଥାରେ ପ୍ରଧାନମନ୍ତ୍ରୀ ମଧ୍ୟ ବେନିଆଙ୍କୁ ଖୁବ ସୁନ୍ଦର ଭାବରେ ବୁଝାଇ ଦେଇଥିଲେ ।
ଏହା ବ୍ୟତୀତ ଗ୍ରାମର ମହିଳାଙ୍କ ସହିତ ଅନେକ ବ୍ୟକ୍ତି ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ କିପରି କୃଷି ଭିତ୍ତିକ କାର୍ଯ୍ୟରେ ଉନ୍ନତି କରାଯିବ ସେ ବିଷୟରେ ମଧ୍ୟ ଲୋକ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମହିଳାମାନଙ୍କୁ ବୁଝାଇ ଥିଲେ ପ୍ରଧାନମନ୍ତ୍ରୀ । ହାଲୁଆ ଗ୍ରାମରେ ଡ୍ରୋନ ଯୋଗେ କିପରି ଔଷଧ ସିଞ୍ଚନ କରାଯିବ ତାହାର ଡେମୋ ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।
ଏହାସହ 10 ହଜାର ତମ ଜନ ଔଷଧି କେନ୍ଦ୍ରର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦି । ଏହାସହ ଏମସ୍ ଦେଓଘରରେ ଐତିହାସିକ ୧୦ ହଜାର ତମ ଜନ ଔଷଧି କେନ୍ଦ୍ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ।
ଆହୁରି ପଢନ୍ତୁ ଭାରତ ଖବର...