ସେପଟେ ବର୍ତ୍ତମାନ ମୋଟ ଏନଡିଏ ରାଜ୍ୟସବା ସାଂସଦଙ୍କ ସଂଖ୍ୟା 113 ରହିଥିବାବେଳେ ନବନିର୍ବାଚିତ ସାଂସଦ ଶପଥ ନେବାପରେ ସଂଖ୍ୟା 123ରେ ପହଞ୍ଚିବ । 15 ରାଜ୍ୟରେ 56 ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପିକୁ ସର୍ବାଧିକ 30 ସିଟ, କଂଗ୍ରେସକୁ 9, ଏସପିକୁ 2, ଟିଏମସିକୁ 4, ୱାଇଏସଆରସିପିକୁ 3, ଆରଜେଡିକୁ 2, ବିଜେଡିକୁ 2 ସିଟ ମିଳିଛି । ଏହାସହ ଏନସିପି, ଶିବସେନା, ବିଆରଏସ ଓ ଜେଡିୟୁକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା 30ରୁ କମ ହୋଇଥିବାବେଳେ ବିରୋଧୀ ମେଣ୍ଟର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା 100ରୁ କମ ରହିଛି।
ଅଧିକ ପଢନ୍ତୁ ଭାରତ ଖବର