ଅଧିକ ପଢନ୍ତୁ : ଆସିଲା ମେସେଜ୍, ଟନେଲରେ ଭଲ ଅଛନ୍ତି ଓଡ଼ିଆ
ତେବେ ଆଶଙ୍କାରେ ଥିବା ପରିବାର ପାଖରେ ପହଞ୍ଚିଛି ଆଶ୍ବସ୍ତିର ସ୍ବର । ଟନେଲରେ ଫସିଥିବା ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ ବେଢାକୁଦର ଗାଁର ଧିରେନ ଓ ବିଶ୍ବେଶ୍ବର ନିଜ ପରିବାର ସହ କଥା ହୋଇଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଛନ୍ତି । ଭିତରେ ସେମାନଙ୍କ ସ୍ଥିତି ଭଲ ଅଛି । ଶୀଘ୍ର ଘରକୁ ଆସିବେ ବୋଲି କହିଛନ୍ତି ।
ଦୁର୍ଘଟଣା ସ୍ଥଳରେ ଓଡ଼ିଆ ସରକାରଙ୍କ ଦୁଇ ଜଣ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଥିବା ଶ୍ରମ ଅଧିକାରୀ ମଧ୍ୟ ଫସିଥିବା ଓଡିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି । ଭୁଶୁଡ଼ିଥିବା ସୁଡ଼ଙ୍ଗ ଭିତରୁ ପାଇପ୍ ମାଧ୍ୟମରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଆମେରିକୀୟ ଅଗର ମେସିନ ସାହାଯ୍ୟରେ ଟନେଲ୍ ଭିତରେ ଡ୍ରିଲ୍ କରି ୬ ମିଟର ଲମ୍ବା ଓ ୩ ଫୁଟ ଚଉଡ଼ାର ପାଇପ୍ ଭର୍ତ୍ତି କରାଯିବାକୁ ଉଦ୍ୟମ କରାଯାଉଛି । ଏଯାଏଁ 24 ମିଟର ଯାଏଁ ଡ୍ରିଲ୍ କରାଯାଇ 4ଟି ପାଇପ୍ ଭର୍ତ୍ତି କରାସରିଲାଣି ।
ଏହିପରି ଶ୍ରମିକମାନେ ଫସିଥିବା ସ୍ଥାନରେ ପହଞ୍ଚିବାକୁ ପ୍ରାୟ 10ରୁ 12ଟି ପାଇପ୍ ଲାଗିପାରେ । ଇନ୍ଦୋରରୁ ଅଧିକ ସଂଖ୍ୟାରେ ମେସିନ୍ ମଗାଯାଉଛି । ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି ଥାଇଲାଣ୍ଡ ଓ ନରଓ୍ବେ ଟିମ୍ । ପୁରା ଅଭିଯାନ ସମ୍ପୂର୍ଣ୍ଣ ହେବାରେ ଆହୁରି ୨ରୁ ୩ ଦିନ ଲାଗିବ । ଏହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଯାନର ଅଗ୍ରଗତି ସମ୍ପର୍କରେ ଲଗାତାର ଅପଡେଟ୍ ନେଉଛନ୍ତି ।