ଅଧିକ ପଢନ୍ତୁ : ପୁଣି ଥରେ ବଡ ପରଦାରେ ଉର୍ବଶୀ
ଶାହିଦଙ୍କୁ ତାଙ୍କ ମା'ଙ୍କୁ ବହୁତ ଭଲ ପାଆନ୍ତି. ଛୋଟବେଳୁ ତାଙ୍କୁ ଆଉ ତାଙ୍କ ଭାଇଙ୍କୁ ତାଙ୍କ ମା'ବହୁତ ସ୍ନେହରେ ପାଳିଛନ୍ତି. ଆଉ ତାଙ୍କ ମା' ସବୁବେଳେ ତାଙ୍କୁ ସବୁ କଥାରେ ସପୋର୍ଟ କରି ଆସିଛନ୍ତି. ଶାହିଦ କହିଛନ୍ତି, "ଯେତେବେଳେ ମା' ମୋତେ ଫୋନ କରନ୍ତି ସେତେବେଳେ ମୋର ଖୁବ ପ୍ରଶଂସା କରନ୍ତି. ସେତେବେଳେ ମୁଁ ତାଙ୍କୁ କୁହେ, ମୋ ସହ କିଛିଦିନ କଥା ନହେବା ପାଇଁ. କାରଣ ମା' ମୋ ଆଗରେ ସବୁବେଳେ ପ୍ରଶଂସା କରନ୍ତି , କେବେ ନିନ୍ଦା କରନ୍ତିନି . ସେଥିପାଇଁ ମତେ ଟିକେ ଭଲ ଲାଗେନି." ଏମିତି ହେଲେ ମୁଁ ଖରାପ ହୋଇଯିବି ବୋଲି କୁହନ୍ତୁ ଶାହିଦ.
ଏବଂ ଶାହିଦ ଏହା ମଧ୍ୟ କହିଛନ୍ତି କି, ତାଙ୍କ ମା' ତାଙ୍କର ସବୁବେଳେ ବେଷ୍ଟ ଚାହାନ୍ତି, ସେଥିପାଇଁ ସେ ସବୁବେଳେ ଶାହିଦଙ୍କୁ ପ୍ରଶଂସା କରନ୍ତି. ତେବେ ଶାହିଦ ଗଣମାଧ୍ୟମରେ ନିଜ ବାପାମା'ଙ୍କ ବିଷୟରେ ଅଧିକ ଆଲୋଚନା କରିନଥାନ୍ତି. ସେ କୁହନ୍ତି ଏସବୁ ତାଙ୍କ ବ୍ୟକ୍ତିଗତ କଥା . ଏସବୁ ସେ ଗଣମାଧ୍ୟମରେ କହିବାକୁ ପସନ୍ଦ କରନ୍ତିନି.