ବଦଳିଲା ବାତ୍ୟାର ଗତିପଥ । ବାଲେଶ୍ଵରରୁ ଭଦ୍ରକ ମଝିଲେ ଲ୍ୟାଣ୍ଡଫଲ୍
ବାତ୍ୟାର ଗତିପଥ ନେଇ IMDର ନୂଆ ସୂଚନା । ଓଡ଼ିଶାକୁ ହିଟ୍ କରିବା ସମ୍ଭାବନା, ଉତ୍ତର ଓଡ଼ିଶାରେ ହୋଇପାରେ ମାଡ଼ । ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଛୁଇଁପାରେ ଉପକୂଳ, ୨୪ ତାରିଖ ରାତି କିମ୍ବା ୨୫ ସକାଳ ସୁଦ୍ଧା ଛୁଇଁପାରେ । ପବନର ବେଗ ୧୦୦ରୁ ୧୨୦ ଭିତରେ ରହିବ
ବାତ୍ୟା ପୂର୍ବରୁ ମତ୍ସ୍ୟ ବିଭାଗ ପକ୍ଷରୁ ସତର୍କତା । ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳରେ ମାଇକ୍ ଦ୍ବାରା ପ୍ରଚାର, ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା । ଯିଏ ବି ସମୁଦ୍ରରେ ଅଛନ୍ତି ତୁରନ୍ତ ଫେରିବାକୁ ନିର୍ଦ୍ଦେଶ
ବାତ୍ୟା ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ କହିଲେ କେଭି ସିଂଦେଓ । ଶକ୍ତି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦେଲେ ବଡ଼ ସୂଚନା, ସମ୍ଭାବ୍ୟ କ୍ଷୟକ୍ଷତି ନେଇ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ରହିଛି
ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ
IMDର ବାତ୍ୟା ଆଲର୍ଟକୁ ଦୃଷ୍ଟିରେ ରଖି ଆଜି ସାଇକ୍ଲୋଥନ୍ ପ୍ରସ୍ତୁତି ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ । ବୈଠକରେ ଅଧ୍ୟକ୍ଷତା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ
ବାତ୍ୟା ପାଇଁ ସିଏମସିର ବଡ଼ ନିଷ୍ପତ୍ତି । ମୁଖ୍ୟାଳୟ ନଛାଡ଼ିବାକୁ ଅଧିକାରୀଙ୍କୁ ମେୟରଙ୍କ ନିର୍ଦ୍ଦେଶ, ଜିରୋ କାଜୁଆଲଟି ଉପରେ CMCର ଫୋକସ, ଜଳ ନିଷ୍କାସନ ପାଇଁ ୨୮୩ ମଟର ପମ୍ପ ପ୍ରସ୍ତୁତ
ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ୯୯ ଜଣିଆ ପ୍ରଥମ ପ୍ରାର୍ଥୀତାଲିକା ପ୍ରକାଶ କଲା ବିଜେପି, ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ଲଢ଼ିବେ ଦେବେନ୍ଦ୍ର ଫଡ଼ନବିସ
ପୁରୀ କୃଷ୍ଣପ୍ରସାଦରେ ମଝି ଚିଲିକାରେ ଫସିଲା ଡଙ୍ଗା । ମଏଁସା ନିକଟରେ ଦେଢ଼ଘଣ୍ଟା ହେଲା ଫସିଛି ଯାତ୍ରୀବାହୀ ଡଙ୍ଗା, ସାତପଡ଼ାରୁ ଜହ୍ନିକୁଦା ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି । ଡଙ୍ଗାରେ ଅଛନ୍ତି ୬୦ ଯାତ୍ରୀ ଓ ୪୦ରୁ ଅଧିକ ବାଇକ୍