ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ୩ କିଲୋମିଟର ଖଟିଆରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ । ଗାଁରେ ପିଇବା ପାଣି କହିଲେ ୨ଟି ନଳକୂପ । ତାହା ବି କେତେବେଳେ ଚାଲେ ତ ଆଉ କେତେବେଳେ ଅଚଳ । ପାନୀୟ ଜଳ ଯୋଗାଣ ବିଭାଗ ଦେଢ଼ ବର୍ଷ ହେବ ପାଇପ୍ ଆଉ ଟ୍ୟାପ୍ ବ୍ୟବସ୍ଥା କରାଯାଇଛି ହେଲେ ଏବେ ଏହା ଭଙ୍ଗା ଅବସ୍ଥାରେ ପଡ଼ିରହିଛି । ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନାହିଁ, ଫଳରେ ପ୍ରାଥମିକ ଶିକ୍ଷା ସହ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହେଉଛନ୍ତି ପିଲାଏ । ଗତ ୨୪ ବର୍ଷର ସ୍ଥିର ବିଜେଡି ସରକାର ଏମାନଙ୍କ ଦୁଃଖ ଶୁଣିଲେନି । ଏବେ ରାଜ୍ୟର ନୂଆ ବିଜେପି ସରକାର ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବ ବୋଲି ଆଶା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: