ପ୍ରତ୍ୟେକ ଜିଲ୍ଲା ସ୍ତରରେ ଚାଷୀ ମାନଙ୍କୁ ନେଇ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ। ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ପିଏମ୍ କିଷାନ ଲାଗି ଜିଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଦଶହରା ପୂର୍ବରୁ ଚାଷୀଙ୍କୁ କେନ୍ଦ୍ରର ବଡ଼ ଭେଟି। ଆଜି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର 18 ତମ କିସ୍ତି । ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ସହାୟତା ରାଶି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରତ୍ୟେକ ଜିଲ୍ଲା ସ୍ତରରେ ଚାଷୀ ମାନଙ୍କୁ ନେଇ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ। ରାଜ୍ୟର ପ୍ରାୟ ୩୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ପିଏମ୍ କିଷାନ ଲାଗି ଜିଲାସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ପାଇଁ ଆନୁମାନିକ ତାରିଖ ଧାର୍ଯ୍ୟ । ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ହୋଇପାରେ ମେନ୍ ପରୀକ୍ଷା । ଡିସେମ୍ବର ୨୬ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା । ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ୍ । ପରୀକ୍ଷାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଭୁବନେଶ୍ୱର: ପାର୍ବଣ ପୂର୍ବରୁ କମିସନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ରସୁଲଗଡ ଓଭରବ୍ରିଜରେ ପାୱାର ସୋ । ଆତଙ୍କ ରଚିଲେ ଯୁବକ । ଦୀର୍ଘ ଘଣ୍ଟାଏ ଧରି ରାସ୍ତା ଅବରୋଧ କରି ବେପରୁଆ ଗାଡି ଚାଳନା ।
ଏଥିସହ ସିଗାରେଟ ଲଗାଇ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଉପଲୋଡ କରିଛନ୍ତି ରାଜଧାନୀର ଏକ ଯୁବ ଗୋଷ୍ଟୀ । ୩୦ରୁ ଅଧିକ ଯୁବକ KBN ଗ୍ରୁପ ସହ ନିଜକୁ ତୁଳନା କରି ସୋସିଆଲ ମିଡ଼ିଆରେ ଭିଡିଓ ଉପଲୋଡ କରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତି ହେଉଛନ୍ତି ମହମ୍ମଦ ମାସୁମ୍ ଖାନ୍ । ଅଭିଯୋଗ ମାଲକାନଗିରି ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ବ୍ୟକ୍ତି ହେଉଛନ୍ତି ଏହି ମାସୁମ୍ ଖାନ୍। ଇସଲାମନଗର ନାଁରେ ମାସୁମ୍ ଖାନ୍ ଲ୍ୟାଣ୍ଡ ଜିହାଦ ଚଳାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏବେ ସାମ୍ନାକୁ ଆସିଛି ବିଜେଡିର ବଡ଼ ନେତାଙ୍କ ସହ ମାସୁମ୍ ଖାନଙ୍କର ଫଟୋ। ପୁଣି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ବି ସେ ଆଗରେ ରହି ନେତୃତ୍ବ ନେଉଥିବାର ବି ଦେଖାଯାଇଛି। ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହ ମାସୁମ୍ ଖାନଙ୍କର ଫଟୋ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ପଛରେ ପ୍ରଦୀପ ମାଝୀଙ୍କର ହାତ ଅଛି କି ?
ବିଜୁ ଜନତା ଦଳର ଶାସନରେ ମାସୁମ୍ ଖାନଙ୍କୁ ଜଙ୍ଗଲ ଜମି ଜବରଦଖଲ ପାଇଁ ମିଳିଥିଲା କି ଖୋଲା ଛୁଟ୍ ? ବିଜେଡି ଭୟରେ ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ନେଇ ଚୁପ୍ ଥିଲା କି ମାଲକାନଗିରି ପ୍ରଶାସନ ? ମାସୁମ୍ ଖାନଙ୍କ ଜମି କେଳେଙ୍କାରୀ ପଛରେ ଆଉ କେଉଁ ବିଜେଡି ନେତାଙ୍କ ସହଯୋଗ ଓ ସମର୍ଥନ ରହିଛି ? ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା। ପ୍ରାୟ ଶହେ ଏକର ଜମି ବେଆଇନ ଜବରଦଖଲ କରାଯାଇଛି। ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: