ମାଓବାଦୀ କରିଥିଲେ ପାଲଟା ଆକ୍ରମଣ। ଗୁଳିବିନିମୟରେ ସୁରକ୍ଷାକର୍ମୀ ସୁରକ୍ଷିତ। ଘଟଣାସ୍ଥଳରୁ AK-୪୭, SLR ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନାରାୟଣପୁର: ଏନ୍କାଉଣ୍ଟରରେ ଟଳିଲେ 36 ହାର୍ଡକୋର ମାଓବାଦୀ। ସୀମାନ୍ତ ଛତିଶଗଡ଼ରେ ବଡ଼ ଏନ୍କାଉଣ୍ଟର। ନାରାୟଣପୁର ଓ ଦନ୍ତେୱାଡ଼ା ପୋଲିସର ଏନ୍କାଉଣ୍ଟରରେ 36 ମାଓବାଦୀ ସଫା । ନାରାୟଣପୁର ଜିଲ୍ଲା ଅବୁଝ୍ମାଡ଼ ଜଙ୍ଗଲରେ ପ୍ରବଳ ଗୁଳିବିନିମୟ।
ମାଓବାଦୀ କରିଥିଲେ ପାଲଟା ଆକ୍ରମଣ। ଗୁଳିବିନିମୟରେ ସୁରକ୍ଷାକର୍ମୀ ସୁରକ୍ଷିତ। ଘଟଣାସ୍ଥଳରୁ AK-୪୭, SLR ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନାରାୟଣପୁର ଓ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ସୁରକ୍ଷା କର୍ମୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତି ହେଉଛନ୍ତି ମହମ୍ମଦ ମାସୁମ୍ ଖାନ୍ । ଅଭିଯୋଗ ମାଲକାନଗିରି ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ବ୍ୟକ୍ତି ହେଉଛନ୍ତି ଏହି ମାସୁମ୍ ଖାନ୍। ଇସଲାମନଗର ନାଁରେ ମାସୁମ୍ ଖାନ୍ ଲ୍ୟାଣ୍ଡ ଜିହାଦ ଚଳାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏବେ ସାମ୍ନାକୁ ଆସିଛି ବିଜେଡିର ବଡ଼ ନେତାଙ୍କ ସହ ମାସୁମ୍ ଖାନଙ୍କର ଫଟୋ। ପୁଣି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ବି ସେ ଆଗରେ ରହି ନେତୃତ୍ବ ନେଉଥିବାର ବି ଦେଖାଯାଇଛି। ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହ ମାସୁମ୍ ଖାନଙ୍କର ଫଟୋ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ପଛରେ ପ୍ରଦୀପ ମାଝୀଙ୍କର ହାତ ଅଛି କି ?
ବିଜୁ ଜନତା ଦଳର ଶାସନରେ ମାସୁମ୍ ଖାନଙ୍କୁ ଜଙ୍ଗଲ ଜମି ଜବରଦଖଲ ପାଇଁ ମିଳିଥିଲା କି ଖୋଲା ଛୁଟ୍ ? ବିଜେଡି ଭୟରେ ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ନେଇ ଚୁପ୍ ଥିଲା କି ମାଲକାନଗିରି ପ୍ରଶାସନ ? ମାସୁମ୍ ଖାନଙ୍କ ଜମି କେଳେଙ୍କାରୀ ପଛରେ ଆଉ କେଉଁ ବିଜେଡି ନେତାଙ୍କ ସହଯୋଗ ଓ ସମର୍ଥନ ରହିଛି ? ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା। ପ୍ରାୟ ଶହେ ଏକର ଜମି ବେଆଇନ ଜବରଦଖଲ କରାଯାଇଛି। ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର ମାନେ ଭୋଟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ସକାଳୁ ଭୋଟ ଦେଇଛନ୍ତି ।
ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି। ସକାଳ ୯ଟା ସୁଦ୍ଧା ୯.୫୩ ପ୍ରତିଶତ ଭୋଟିଂ ହୋଇଛି । ମଇଦାନରେ 1031 ଜଣ ପ୍ରାର୍ଥୀ ଅଛନ୍ତି । 20 ହଜାରରୁ ଅଧିକ ବୁଥରେ ମତଦାନ ଚାଲିଛି । 90ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି କୋଟିରୁ ଅଧିକ ଭୋଟର। ବିଜେପି ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି । ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମର ଚୈଧୁରୀ ସୁଦର୍ଶନ ତ୍ରିପାଠୀ ସାଇକେଲରେ ଭୋର ସକାଳ ୫ ଟା ସମୟରେ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟା କୁ ଯାଉଥିଲେ। ଠାକୁରମୁଣ୍ଡା ବଜାର ଠାରୁ ୫ କିମି ଦୂର ହାଣ୍ଡିଫୁଟା ଛକରେ ବାମ କଡରେ ବୁଲି ଘର କୁ ଯାଉଥିବା ବେଳେ ଚଢେଇଧରାରୁ ଚିପ୍ଷି ବୋଝଇ ହାଇୱା OD04R 0926 ସାଇକେଲ ସହ ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳ ରେ ମୃତ୍ୟୁ ହୋଇ ଥିଲା। ସଂଙ୍ଗେ ସଂଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ କେନ୍ଦ୍ର ଅଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳ ରୁ ଖସି ପଳାଉଥିବା ଦେଖି ଲୋକ ହାଇୱାକୁ ଗ୍ରାମ ବାସୀ ଧରିଥିଲେ ଏବଂ ଠାକୁରମୁଣ୍ଡା ଥାନାକୁ ଖବର ଦେଇଥିଲେ ।ପୋଲିସ ପହଞ୍ଚି ଡ୍ରାଇଭର ଓ ହାଇୱାକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର...