ଅଧିକ ପଢନ୍ତୁ ଓଡ଼ିଶା ଖବର
ଭବନେଶ୍ୱର: ସ୍ଵାଧୀନତା ସଂଗ୍ରାମୀ ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର ୟୁନିଟ-8 ସ୍ଥିତ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପରେ ଚନ୍ଦ୍ରଶେଖରପୁର ସ୍ଥିତ ବୁଦ୍ଧ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବାବେଳେ ବିଡ଼ିଏ ପକ୍ଷରୁ ଆୟୋଜିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଖାଉଟି ଯୋଗାଣ ଓ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଏକାମ୍ର ବିଧାୟକ ବାବୁ ସିଂ । ପରେ ମଙ୍ଗଳାବସ୍ତିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଏଥିସହ ଜୟଦେବ ଭବନରେ ବାଜି ରାଉତଙ୍କ ଜୟନ୍ତୀ ସମାରୋହରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ଚନ୍ଦ୍ରଶେଖରପୁର ପଂଜାବ ଭବନରେ ବିଜେପିର ସଦସ୍ୟତା ଅଭିଯାନରେ ବି ହେବେ ସାମିଲ୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତି ହେଉଛନ୍ତି ମହମ୍ମଦ ମାସୁମ୍ ଖାନ୍ । ଅଭିଯୋଗ ମାଲକାନଗିରି ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ବ୍ୟକ୍ତି ହେଉଛନ୍ତି ଏହି ମାସୁମ୍ ଖାନ୍। ଇସଲାମନଗର ନାଁରେ ମାସୁମ୍ ଖାନ୍ ଲ୍ୟାଣ୍ଡ ଜିହାଦ ଚଳାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏବେ ସାମ୍ନାକୁ ଆସିଛି ବିଜେଡିର ବଡ଼ ନେତାଙ୍କ ସହ ମାସୁମ୍ ଖାନଙ୍କର ଫଟୋ। ପୁଣି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ବି ସେ ଆଗରେ ରହି ନେତୃତ୍ବ ନେଉଥିବାର ବି ଦେଖାଯାଇଛି। ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହ ମାସୁମ୍ ଖାନଙ୍କର ଫଟୋ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ପଛରେ ପ୍ରଦୀପ ମାଝୀଙ୍କର ହାତ ଅଛି କି ?
ବିଜୁ ଜନତା ଦଳର ଶାସନରେ ମାସୁମ୍ ଖାନଙ୍କୁ ଜଙ୍ଗଲ ଜମି ଜବରଦଖଲ ପାଇଁ ମିଳିଥିଲା କି ଖୋଲା ଛୁଟ୍ ? ବିଜେଡି ଭୟରେ ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ନେଇ ଚୁପ୍ ଥିଲା କି ମାଲକାନଗିରି ପ୍ରଶାସନ ? ମାସୁମ୍ ଖାନଙ୍କ ଜମି କେଳେଙ୍କାରୀ ପଛରେ ଆଉ କେଉଁ ବିଜେଡି ନେତାଙ୍କ ସହଯୋଗ ଓ ସମର୍ଥନ ରହିଛି ? ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା। ପ୍ରାୟ ଶହେ ଏକର ଜମି ବେଆଇନ ଜବରଦଖଲ କରାଯାଇଛି। ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର ମାନେ ଭୋଟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ସକାଳୁ ଭୋଟ ଦେଇଛନ୍ତି ।
ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ଧାଡିରେ ଠିଆ ହୋଇ ଭୋଟ ଦେଇଛନ୍ତି। ସକାଳ ୯ଟା ସୁଦ୍ଧା ୯.୫୩ ପ୍ରତିଶତ ଭୋଟିଂ ହୋଇଛି । ମଇଦାନରେ 1031 ଜଣ ପ୍ରାର୍ଥୀ ଅଛନ୍ତି । 20 ହଜାରରୁ ଅଧିକ ବୁଥରେ ମତଦାନ ଚାଲିଛି । 90ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି କୋଟିରୁ ଅଧିକ ଭୋଟର। ବିଜେପି ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଛି । ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମର ଚୈଧୁରୀ ସୁଦର୍ଶନ ତ୍ରିପାଠୀ ସାଇକେଲରେ ଭୋର ସକାଳ ୫ ଟା ସମୟରେ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟା କୁ ଯାଉଥିଲେ। ଠାକୁରମୁଣ୍ଡା ବଜାର ଠାରୁ ୫ କିମି ଦୂର ହାଣ୍ଡିଫୁଟା ଛକରେ ବାମ କଡରେ ବୁଲି ଘର କୁ ଯାଉଥିବା ବେଳେ ଚଢେଇଧରାରୁ ଚିପ୍ଷି ବୋଝଇ ହାଇୱା OD04R 0926 ସାଇକେଲ ସହ ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳ ରେ ମୃତ୍ୟୁ ହୋଇ ଥିଲା। ସଂଙ୍ଗେ ସଂଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ କେନ୍ଦ୍ର ଅଣା ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳ ରୁ ଖସି ପଳାଉଥିବା ଦେଖି ଲୋକ ହାଇୱାକୁ ଗ୍ରାମ ବାସୀ ଧରିଥିଲେ ଏବଂ ଠାକୁରମୁଣ୍ଡା ଥାନାକୁ ଖବର ଦେଇଥିଲେ ।ପୋଲିସ ପହଞ୍ଚି ଡ୍ରାଇଭର ଓ ହାଇୱାକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର...