ଅର୍ଗସ ବ୍ୟୁରୋ:ମୁମ୍ବାଇରେ ଓଡିଶା ସରକାରଙ୍କ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ଼ ଶୋ । ଆସନ୍ତା ୧୮ ଓ ୧୯ରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ରାଜ୍ୟର ବରିଷ୍ଠ ଅଧିକାରୀ । ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ୧୮ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଇଣ୍ଡିଆ କେମ. କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ କେନ୍ଦ୍ର ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡା । ଓଡ଼ିଶାର ପାରାଦୀପ, ଗୋପାଳପୁର ଓ ଧାମରାରେ କେମିକାଲ ଶିଳ୍ପ ଆସିବା ଲାଗି ସମ୍ଭାବନା ରହିଛି । ୧୯ ତାରିଖରେ ୩୦୦ରୁ ଉର୍ଦ୍ଧ୍ବ ନିବେଶକଙ୍କ ସହ ଆଲୋଚନା କରିବେ ଓଡିଶା ସରକାର । ବିଭିନ୍ନ ସେକ୍ଟରର ନିବେଶକ ହେବେ ସାମିଲ । କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଓଡ଼ିଶା ଆଗାମୀ ଦିନରେ ଶିଳ୍ପରେ ହବ୍ ହେବାକୁ ଯାଉଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ।
ପୂର୍ବ ନବୀନ ସରକାରରେ ଶିଳ୍ପାୟନ ପାଲଟିଥିଲା ପ୍ରତାରଣା। ମେକ ଇନ୍ ଓଡ଼ିଶା, ରୋଡ ସୋ, ବିଦେଶ ଯାତ୍ରା ସବୁ ଫେଲ୍। ନବୀନଙ୍କ ୨୪ ବର୍ଷ ଶାସନରେ ସମୟରେ ରାଜ୍ୟରେ ବନ୍ଦ ହୋଇଯାଇଥିଲା ୩୫ଟି ବୃହତ୍ ଶିଳ୍ପ,୧୫,୩୧୫ ମଧ୍ୟମ,କ୍ଷୁଦ୍ର ଓ ଅଣୁ ଶିଳ୍ପରେ ବି ପଡ଼ିଛି ତାଲା। ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ତଥ୍ୟରୁ ସାମ୍ନାକୁ ଆସିଥିଲା ସତ । ସେହିଭଳି ୪ ବର୍ଷରେ ବିଦେଶୀ ପୁଞ୍ଜିନିବେଶ ଥିଲା ମାତ୍ର ୧୨୭୭ କୋଟି ଟଙ୍କା, ଓଡ଼ିଶା ରହିଥିଲା ୨୦ତମ ସ୍ଥାନରେ। ଏବେ ନୂଆ ୧୦୦ ଦିନରେ ବିଜେପି ସରକାର ୪୫ ହଜାର କୋଟି ପୁଞ୍ଜିନିବେଶକୁ ମଞ୍ଜୁର କରିଛି ଆଉ ୫ ବର୍ଷରେ ୫ ଲକ୍ଷ କୋଟିର ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଭାଗ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରହିଥିବା କହିଥିଲେ