ନିଷତ୍ତି ଅନୁଯାୟୀ ଏଣିକି ଏପ୍ରିଲ 1 ତାରିଖ ଅକ୍ଷୟ ତୃତୀୟା କି ସେପ୍ଟମ୍ବର 1 ନୂଆଖାଇ ନୁହେଁ ଯେ କୌଣସି ସମୟରେ କାଳିଆ ଟଙ୍କା ଚାଷୀଙ୍କୁ ଦେଇ ପାରିବେ ରାଜ୍ୟ ସରକାର । ସେହିପରି ଭୂମିହିନ ଚାଷୀ ପରିବାକକୁ ବର୍ଷକୁ ପୂର୍ବରୁ 12500 ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ସେହି ରାଶିକୁ 2000 ବୃର୍ଦ୍ଧି କରି 14500 ଦେବାକୁ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ । ଏ ସବୁ ଭିତରେ ଯୋଜନାର ଅବଦ୍ଧି ଶେଷ ହେଉଥିବାରୁ ଆଉ ତିନି ବର୍ଷ ଅର୍ଥାତ 2027 ପର୍ଯ୍ୟନ୍ତ କାଳିଆ ଯୋଜନାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ବିରୋଧୀଙ୍କ ଅଭିଯୋଗ ଚାଷୀଙ୍କୁ ଶାସକ ଦଳ ରାଜନୈତିକ ମୋହରା କରିଥିବାରୁ ରାଜ୍ୟର ଚାଷୀ ପରିବାରଙ୍କ ମାସିକ ଆୟ ତଳ ଆଡୁ ଦୁଇ ନମ୍ବର ଅର୍ଥାତ 5111 ଟଙ୍କାରେ ସୀମିତ । ସେପଟେ ଚାଷୀଙ୍କ ପ୍ରଶ୍ନ କାଳିଆ ରାଶିକୁ 10 ହଜାରରୁ କାହିଁକି କମାଇ 4 ହଜାର କଲେ ସରକାର.. ନିର୍ବାଚନ ଥିବାରୁ ସରକାର ଯଦି କାଳିଆ ରାଶି ଦେଉଛନ୍ତି ତେବେ ପୂର୍ବ ଘୋଷଣା ଅନୁସାରେ 5 ହଜାର ଦିଅନ୍ତୁ ବୋଲି ଚାଷୀ ଦାବି କରିଛନ୍ତି।
ରାଜ୍ୟର ଚାଷୀଙ୍କ ସଂଖ୍ୟା 78 ଲକ୍ଷ 86 ହଜାର 72 । ମୁଖ୍ୟମନ୍ତ୍ରୀ ଘୋଷଣା କଲେ 75 ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ବର୍ତ୍ତମାନ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ମାତ୍ର 44 ଲକ୍ଷ ଚାଷୀ । ମାତ୍ର କେନ୍ଦ୍ରର ପିଏମ କିଷାନ ଯୋଜନା ବେଳକୁ 30 ଲକ୍ଷ ପାର ହେଉନି ରାଜ୍ୟ ସରକାର ପଠାଇଥିବା ତାଲିକା । ଯେଉଁଥିପାଇଁ ଆସନ୍ତା 28 ତାରିଖରେ ମିଳିବାକୁ ଥିବା ପିଏମ କିଷାନରୁ ପାଖାପାଖି 14 ଲକ୍ଷ ଓଡିଆ ଚାଷୀ 16 ତିମି କିସ୍ତି ପାଇବାରୁ ବଞ୍ଚିତ ହେବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର