ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ସୋମବାର ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଆମେରିକୀୟ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ଦିଆଯିବ। ଉଭୟଙ୍କୁ ମାଇକ୍ରୋ ଆରଏନଏର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ବରିଷ୍ଠ ବ୍ୟକ୍ତିଗତ ସଚିବ ରମେଶ ଚନ୍ଦ୍ର ଜେନା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍ସ । ରମେଶ ଚନ୍ଦ୍ରଙ୍କ ୮ଟି ଜାଗାରେ ଚଢ଼ାଉ କରୁଛି ଭିଜିଲାନ୍ସ । ରମେଶ ଚନ୍ଦ୍ରଙ୍କ ଭୁବନେଶ୍ବର, ପୁରୀ ଓ ଖୋର୍ଦ୍ଧାର ସହ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ । ପଂଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ରମେଶ ଚରଣ ଜେନା ଙ୍କ ଗୋଠ ପାଟଣା ଘରେ ଚାଲିଛି ରେଡ । ତାଙ୍କ ଉପସ୍ଥିତିରେ ରେଡ କରୁଛି ଭିଜିଲାନ୍ସ । ଘରୁ ସୁନା ଅଳଙ୍କାର, ଓ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ବିଭିନ୍ନ ଦରକାରୀ କାଗଜ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ବିଶ୍ୱାସ ରେ ଭଗବାନ। ଖାଇବା ପରଟାରେ ପ୍ରଭୁ ଜଗନ୍ନାଥ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି ସହିତ ମୟୁର ଚୁଳିଆ ଜଟ । ସତେ ଯେମିତି ଜଗତର ନାଥ ଜଗନ୍ନାଥ ପରଟାରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସହରର ଖନ୍ଦାଢିପ ସାହିର ଚିରସ୍ମିତା ସ୍ୱାଇଁ ଙ୍କ ଘରେ। ଆଜି ସକାଳେ ଚିରସ୍ମିତା ସ୍ୱାଇଁ ନିଜର ପରିବାର ଙ୍କ ପାଇଁ ପରଟା କରିଥିଲେ ,ପରଟା ପରିବାର ଲୋକଙ୍କୁ ଖାଇବାକୁ ଦେଲା ପରେ ସେ ନିଜେ ଖାଉଥିଲେ ,ଗୋଟିଏ ପରଟା ଖାଇବା ପରେ ଏହି ସମୟରେ ସେ ପରଟା ରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି।
ଏହା ପରେ ସାରା ପରିବାର ଲୋକ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପୂଜକ ଙ୍କୁ ଖବର ଦେଇଥିଲେ ପରେ ଠାକୁର ଘରେ ପରଟାକୁ ରଖି ପୂଜାର୍ଚ୍ଚନା କରିଥିଲେ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହୁଳ ସାରା ପରିବର। ଘରେ ଆଧ୍ୟାତ୍ମିକ ପରିବେଶ। ଘରେ ଏବେ ପୂଜାର ମାହୋଲ, ଘରକୁ ଆସୁଛନ୍ତି ଭକ୍ତ ମାନେ ଦର୍ଶନ କରିବାକୁ I
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବେଆଇନି ବାଣ ଗୋଦାମ ଉପରେ ଚଢ଼ାଉ । ସାଲେପୁର ରଟିଲୋ ଏସ ଡି ପି ଓ ଙ୍କ ନେତୃତ୍ଵ ରେ ପୋଲିସ ଅଧିକାରି ମାନଙ୍କ ସହ ଚଢାଉ ହୋଇଥିଲା । ସୂଚନା ମୁତାବକ କୌଣସି ସୂତ୍ର ରୁ ସୂଚନା ପାଈ ଆଜି ସକାଳୁ ସାଲେପୁର ଡି ଏସ ପି ଙ୍କ ନେତୃତ୍ବରେ ଦୁଇଟି ଥାନା ର ଅଧିକାରୀ ସମେତ ପୋଲିସ କର୍ମଚରି ମାନଙ୍କ ଉପସ୍ଥିତିରେ କିଶନ ନଗର ଥାନା ଅଧୀନ ରଟିଲୋ ହରିପୁର ଗାଁ ରେ ଏକ ବ୍ୟବସାୟ ଉଦ୍ଦେଶ୍ୟ ରେ ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ ହୋଇଛି। ଯେଉଁଠି ୨୦ ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଦୁ ଟଙ୍କା ର ବେଆଇନ୍ ବାଣ ମହଜୁଦ ରହିଥିଲା ତାହାକୁ ଜବତ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...