ଅର୍ଗସ ବ୍ୟୁରୋ: ପୁଣି ଧର୍ମେନ୍ଦ୍ରଙ୍କ ମ୍ୟାଜିକ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହରିୟାଣାରେ ବହୁମତ ମୁହାଁ ବିଜେପି । ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ତୃତୀୟ ଥର ପାଇଁ ହରିୟାଣାରେ ହେବ ବିଜେପି ସରକାର । ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡ୍ ରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଛି । ଯାହାର ଶ୍ରେୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦିଆଯାଉଛି ।
ଚଳିତ ବର୍ଷ ଓଡିଶାରେ ବିଜେପିର ଐତିହାସକ ବିଜୟ ହୋଇଥିଲା । ଯେଉଁଥିରେ ଗୁରୁ ଦାୟିତ୍ୱ ତୁଲାଇଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଏଠାରେ କହିରଖୁଛୁ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରିୟାଣାର ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଥିଲା । ଏବେ ହରିୟାଣାରେ ହ୍ୟାଟ୍ରିକ୍ କରିବ ବିଜେପି । ଯାହାର ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯାଉଛି । ସେପଟେ ଏକଜିଟ୍ ପୋଲ୍ କୁ ଭୂଲ୍ ପ୍ରମାଣିତ କରି ମ୍ୟାଜିକ୍ ନମ୍ବର୍ ପାର୍ କରିସାରିଲାଣି ବିଜେପି । ପ୍ରଥମ ରାଉଣ୍ଡରେ ଆଗୁଆ ଥିବା କଂଗ୍ରେସ ଏବେ ବହୁ ପଛରେ ।
ହରିୟାଣାର 90 ବିଧାନସଭା ଆସନରେ ମୋଟ 1 ହଜାର 31 ପ୍ରାର୍ଥୀ ରହିଛନ୍ତି । ଗତ ସେପ୍ଚେମ୍ବର 18, 25 ଏବଂ ଅକ୍ଟୋବର 1 ତାରିଖରେ ହୋଇଥିଲା ଜମ୍ମୁ କାଶ୍ମୀର ନିର୍ବାଚନ । ଭୋଟ ଗଣନା ପ୍ରକ୍ରିୟାକୁ ସୁରୁଖୁରୁରେ କରିବାକୁ ନିର୍ବାଚନ କମିଶନ ପକ୍ଷରୁ ପ୍ରତି ଗଣତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି ।