ଗତ ସେପ୍ଚେମ୍ବର 18, 25 ଏବଂ ଅକ୍ଟୋବର 1 ତାରିଖରେ ହୋଇଥିଲା ଜମ୍ମୁ କାଶ୍ମୀର ନିର୍ବାଚନ । ଭୋଟ ଗଣନା ପ୍ରକ୍ରିୟାକୁ ସୁରୁଖୁରୁରେ କରିବାକୁ ନିର୍ବାଚନ କମିଶନ ପକ୍ଷରୁ ପ୍ରତି ଗଣତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ସର୍ବପ୍ରଥମେ ଡାକ ବାଲାଟ ପେପର ଭୋଟ ଗଣତି ପରେ ଇଭିଏମ ଭୋଟ ଆରମ୍ଭ ହେବ । ଗଣତି କେନ୍ଦ୍ରରେ ପ୍ରାର୍ଥୀ, ପ୍ରାର୍ଥୀଙ୍କ ପ୍ରତିନିଧି, ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ ଉପସ୍ଥିତି ରହିବେ । ମତ ଗଣନା କେନ୍ଦ୍ରରେ ମୋବାଇଲ ଫୋନ ସହ ପ୍ରବେଶ କରିବାକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ । ହରିୟାଣାର 90 ବିଧାନସଭା ଆସନରେ ମୋଟ 1 ହଜାର 31 ପ୍ରାର୍ଥୀ ଥିବାବେଳେ ଜମ୍ମୁ କାଶ୍ମୀରରେ ଅଛନ୍ତି 873 ପ୍ରାର୍ଥୀ । ଦୀର୍ଘ 10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ନିର୍ବାଚନ ହୋଇଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: