ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କ ଅଫିସ ଓ ବାସଭବନର ମଧ୍ୟ ରେଡ୍ କରାଯାଇଛି । ତେବେ ଅର୍ପିତା ଓଡ଼ିଆ ସିନେମା ‘ବନ୍ଦେ ଉତ୍କଳ ଜନନୀ ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ହୋଇଥିଲେ । ‘ପ୍ରେମରୋଗୀ’, ‘ ତୋର ମୋର ଯୋଡ଼ି ସୁନ୍ଦର ’ ‘ ରାଜୁ ଆଓ୍ଵାରା ’ ପରି ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି ଅର୍ପିତା । ଅର୍ପିତା ବଙ୍ଗଳାରେ ଜୋର ଯାର୍ ମୁଲକ୍ ତାର୍ ’, ‘ ପାର୍ଟନର୍ ’ ଏବଂ ‘ ମାମା ଭାଗନେ ’ ଆଦି ବଙ୍ଗଳା ଫିଲ୍ମରେ ବି କାମ କରିଛନ୍ତି।