ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ତାଙ୍କ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଏହି ସମୀକ୍ଷା ବୈଠକରେ ସାମିଲ ହେବେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପ୍ରସଙ୍ଗରେ ଏକ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି ।
ଏହାପୂର୍ବରୁ ଜାନୁଆରି ୧୩ରେ, ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ଏହା ପରେ ସଂକ୍ରମଣ କମିଯାଇଥିଲେ ବି ଏବେ ପୁଣି ଥରେ ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି। ସୂଚନା ଅନୁସାରେ , ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ବୁଷ୍ଟର ଡୋଜକୁ ମାଗଣାରେ ଦେବାପାଇଁ ରାଜ୍ୟଗୁଡିକୁ କହିପାରନ୍ତି ।