ଆଗ୍ରା ମେଟ୍ରୋ ରେଲ ପରିଯୋଜନାରେ 29.4 କିଲୋମିଟରର ଦୁଇଟି କୋରିଡର ନିର୍ମାଣର ପ୍ରସ୍ତାବ ରହିବ । ତାଜ ଇଷ୍ଟ ଗେଟଠାରୁ ସିକନ୍ଦରା ମଧ୍ୟରେ ପ୍ରାୟ 14 କିଲୋମିଟର ଲମ୍ୱା ପ୍ରଥମ କରିଡର ନିର୍ମାଣ ହେବ । ଏଥିରେ ମୋଟ 13ଟି ମେଟ୍ରୋ ଷ୍ଟେସନ ରହିବ । ସେହିପରି ଦ୍ୱିତୀୟ କରିଡର ଆଗ୍ରା କ୍ୟାଣ୍ଟଠାରୁ କାଲିନ୍ଦା ବିହାର ମଧ୍ୟ ନିର୍ମାଣ ହେବ । ଯାହାର ଲମ୍ୱା 15.4 କିଲୋମିଟର ରହିବ ଏବଂ ଏଥିରେ ମୋଟ 14ଟି ମେଟ୍ରୋ ଷ୍ଟେସନ ରହିବ । ଏହି ପ୍ରକଳ୍ପ ପାଇଁ ପ୍ରାୟ 8 ହଜାର 3 ଶହ 80 କୋଟି ଟଙ୍କ ଖର୍ଚ୍ଚ ହେବ ।
ଆଜି ଆଗ୍ରା ମେଟ୍ରୋ ରେଲ ପରିଯୋଜନା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ଆଗ୍ରା ମେଟ୍ରୋ ରେଲ ପରିଯୋଜନା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । 2019 ମାର୍ଚ୍ଚ 8ରେ କାନପୁରରୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ରାଜ୍ୟର ବହୁ ମନ୍ତ୍ରୀ ଏବଂ ଜନପ୍ରତିନିଧି ଉପସ୍ଥିତ ରହିବେ ।
Download Argus News App
