Total 9 cases of Omicron variant reported in Rajasthan's Jaipur so far: State Health Dept — ANI (@ANI) December 5, 2021
ଆଜି ମହାରାଷ୍ଟ୍ରରେ ଆଉ 7 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ କେବଳ ମହାରାଷ୍ଟ୍ରରେ ଚିହ୍ନଟ ହେଲେଣି 8 ଜଣ । ପୂର୍ବରୁ ପ୍ରଥମେ କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଗୁଜୁରାଟରୁ ଜଣେ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ ।
ଏବେ ସୁଦ୍ଧା ଭାରତରେ 21 ଛୁଇଁଲାଣି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧିରେ ଏହା ବ୍ୟାପୁଥିବାବେଳେ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ବଢି ବଢି ଚାଲିଛି । ହେଲେ ଏପର୍ଯ୍ୟନ୍ତ ଓମିକ୍ରନର ଗୁରୁତର ମାମଲା କିଛି ସାମନାକୁ ଆସିନାହିଁ । କି କୌଣସି ମୃତାହତ ମଧ୍ୟ ରିପୋର୍ଟ ହୋଇନି ।