ସୂଚନା ଅନୁସାରେ, ଜେଥରାରୁ ଗଙ୍ଗା ସ୍ନାନ କରିବାକୁ କିଛି ଶ୍ରଦ୍ଧାଳୁ ଟ୍ରାକ୍ଟରରେ ଆସୁଥିଲେ । ଟ୍ରାକ୍ଟରଟି ଦ୍ରୁତଗତିରେ ଯାଉଥିବାବେଳ ଏକ ବଙ୍କାଣିରେ ନିୟନ୍ତ୍ରଣ ରକ୍ଷା କରିପାରିନଥିଲା । ଫଳରେ ରାସ୍ତା କଡ ଏକ ପୋଖରୀ ଭିତରେ ଖସିପଡିଥିଲା । ଫଳରେ ଏଭଳି ଅଘଟଣ ଘଟିଥିଲା।
୧୫ଜଣ ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ଜଣ ମହିଳା ଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଟ୍ରକ୍ଟରରେ ମୋଟ ୩୫ ଜଣ ଶ୍ରଦ୍ଧାଳୁ ଯାଉଥିଲେ । ସମସ୍ତ ଶ୍ରଦ୍ଧାଳୁ ଏଟା ଜିଲ୍ଲାର କହା ଗାଁର ବାସିନ୍ଦା ବୋଲି ଜଣାପଡିଛି ।
ଅଧିକ ପଢ଼ନ୍ତୁ ଭାରତ ଖବର