ଆମେ ଓଡ଼ିଶାର ସବୁ ଉତ୍ସବକୁ ରାଜଧାନୀ ଦିଲ୍ଲୀରେ ଆୟୋଜନ କରିବା । ଯାହା ଦ୍ୱାରା ବାହାର ରାଜ୍ୟର ଲୋକ ଓଡ଼ିଶାର ପରମ୍ପରା ଏବଂ ସଂସ୍କୃତି ବିଷୟରେ ଜାଣିବାକୁ ପାଇବେ। ସେଥିପାଇଁ ଆହୁରି ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମୃଦୁଳା ଉତ୍କଳନୀ କୁ ଆହ୍ୱାନ କରିଛନ୍ତି। ଏହି ଅବସରରେ UTKALINI ତରଫରୁ ଡକ୍ଟର ପ୍ରଧାନଙ୍କ ଦ୍ୱାରା ନୋଏଡାର ଏନଜିଓ ସଂଗଠନ ସାଇକ୍ରୁପା ଦ୍ୱାରା ପରିଚାଳିତ ଏକ ଅନାଥ ଆଶ୍ରମକୁ 25000 ଟଙ୍କାର ଚେକ୍ ପ୍ରଦା ନ କରିଥିଲେ। ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ନିର୍ଦ୍ଦେଶକ ଚିତ୍ତରଂଜନ ତ୍ରିପାଠୀ କହିଛନ୍ତି, “ଆମ ଶାସ୍ତ୍ର ଏବଂ ସଂସ୍କୃତି ଆମ ସମାଜରେ ମହିଳାଙ୍କ ଶକ୍ତି ବିଷୟରେ କାହାଣୀରେ ପରିପୂର୍ଣ୍ଣ। ଓଡିଶାରେ ଯୋଗିନୀ ମନ୍ଦିରଗୁଡ଼ିକ ଓଡିଆ ସମାଜରେ ମହିଳା ସଶକ୍ତିକରଣର ସାକ୍ଷ୍ୟ ଅଟନ୍ତି। ଉତ୍କଳିନୀ ହେଉଛି ଓଡିଶାର ମହିଳାମାନଙ୍କର ଏକ ପ୍ରମୁଖ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଯାହା 1980 ମସିହାରେ ପ୍ରତିଷ୍ଠିତ ହୋଇଥିଲା।
ଅଧିକ ଦେଖନ୍ତୁ :