ଅଧିକ ପଢନ୍ତୁ : ଦେଶରେ ପୁଣି କୋଭିଡ୍ ଭୟ: କେନ୍ଦ୍ର ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ
ଆଗକୁ ନୂଆବର୍ଷ, ସଂକ୍ରମଣ ବଢିବା ଆଶଙ୍କା । ଏଥିପାଇଁ ସବୁ ରାଜ୍ୟ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ସେପଟେ ଆବଶ୍ୟକ ପଡ଼ିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ । ଏବେ ବି ସର୍ଭେଲାନ୍ସ ଜାରି ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଏବେ ଯାଏଁ ନୂଆ ଭାରିଏଣ୍ଟ ରାଜ୍ୟରେ ଚିହ୍ନଟ ହୋଇନାହିଁ । ଯଦି ଆସେ, ଜିନୋମ ସିକ୍ବେନ୍ସ ପାଇଁ ପଠାଯିବ । ଜ୍ବର, ଥଣ୍ଡା ହେଲେ ଘରୁ ନ ବାହାରିବା ସହ ଲକ୍ଷଣ ଥିଲେ ପିକ୍ନିକ୍ ନ ଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ବିଜୟ ମହାପାତ୍ର।