ଅତ୍ୟନ୍ତ ଆକର୍ଷକ ଭାବରେ ସଜ୍ଜା ହୋଇଥିବା ଏହି ମେଢ଼ର ଆଗ ଭାଗରେ ମହର୍ଷି ବାଲ୍ମିକୀ ବସି ରାମାୟଣ ଲେଖୁଥିବାର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ଠିକ୍ ସେହିପରି ଅଯୋଧ୍ୟାର ଦୀପୋତ୍ସବ, ପ୍ରଭୁ ଶ୍ରୀରାମ ନିଷାଦରାଜଙ୍କୁ କୃତଜ୍ଞତାର ସହ ଆଲିଙ୍ଗନ, ଶବରୀଠାରୁ କୋଳି ଖାଇବା, ଅହଲ୍ୟାର ଶାପମୁକ୍ତି, ହନୁମାନଙ୍କ ସଞ୍ଜିବନୀ ବୁଟି ଆଣିବା, ଜଟାୟୂଙ୍କ ସହ ଆଳାପ ଏବଂ ଅଶୋକ ବାଟିକା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା
ପ୍ରଭୁ ଶ୍ରୀରାମଚନ୍ଦ୍ର କିପରି ସମାଜର ସବୁବର୍ଗର ଲୋକଙ୍କୁ କୋଳେଇ ନେଇ ସାମାଜିକ ସଂହତିର ବାର୍ତା ପ୍ରଦାନ କରିଥିଲେ ଏହା ମାଧ୍ୟମରେ ପ୍ରଦର୍ଶିତ କରା ଯାଇଥିଲା । ତେବେ ଏଥିରେ ଅଯୋଧ୍ୟାର ପ୍ରସ୍ତାବିତ ରାମମନ୍ଦିରର ପ୍ରତିକୃତ ଏକ ପ୍ରମୁଖ ଆକର୍ଷଣ ସାଜିଥିଲା।
ତେବେ ଦୁଃଖର କଥା ହେଲା ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଘଟିଥିବା ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ଅନେକ ରାଜ୍ୟର ପ୍ରଜ୍ଞାପନ ମେଢ଼ଗୁଡ଼ିକ କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା । ହିଂସା ସୃଷ୍ଟିକାରୀମାନେ ଉତ୍ତରପ୍ରଦେଶର ଏହି ମେଢ଼କୁ ମଧ୍ୟ ଟାର୍ଗେଟ୍ କରିବାକୁ ଭୁଲିନଥିଲେ । ଭଙ୍ଗାରୁଜାରେ ରାମମନ୍ଦିରର ମଡ଼େଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡ଼ିଛି ।