ବ୍ୟାସ ଭଣ୍ଡାର ଘର ବିବାଦୀୟ ଜ୍ଞାନବାପୀ ମସଜିଦର ତଳ ମହଲାରେ ରହିଛି। 1993 ମସିହା ନଭେମ୍ବର ମାସ ଯାଏ ଏଠାରେ ହିନ୍ଦୁମାନେ ପୂଜା କରୁଥିଲେ କିନ୍ତୁ ତତକାଳୀନ ମୁଲାୟମ ସିଂ ଯାଦବ ସରକାର ହିନ୍ଦୁଙ୍କଠାରୁ ପୂଜା ଅଧିକାର ଛଡାଇନେଇଥିଲେ। ଏବେ 31 ବର୍ଷ ପରେ ପୁଣିଥରେ ନିୟମିତ ପୂଜା କରିପାରିବେ ହିନ୍ଦୁ ସମାଜ। କାଶୀ ବିଶ୍ବନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପୂଜା ଅର୍ଚ୍ଚନା କରାଯିବ। ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଖପ୍ପା ମୁସଲିମ ସମାଜ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ମୁସଲିମ ପକ୍ଷ ଓକିଲା।
17 ଜାନୁଆରୀରେ ବ୍ୟାସ ଭଣ୍ଡାର ଘରକୁ କୋର୍ଟଙ୍କ ଆଦେଶ କ୍ରମେ ନିଜ ନିୟନ୍ତ୍ରଣକୁ ନେଇଥିଲା ଜିଲ୍ଲା ପ୍ରଶାସନ। ଏଏସଆଇ ସର୍ଭେ ସମୟରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଭଣ୍ଡର ଘର ସଫା ସୁତୁରା କରାଯାଇଥିଲା। ଏବେ କୋର୍ଟ କାଶୀ ବିଶ୍ବନାଥ ମନ୍ଦିରର ପୂଜକଙ୍କ ଦ୍ବାରା ଏଠାରେ ପୂଜାର୍ଚ୍ଚନା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ 7 ଦିନ ମଧ୍ୟରେ ସେଠାରେ ଲାଗିଥିବା ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରଣାସୀ କୋର୍ଟଙ୍କ ରାୟକୁ ସ୍ବାଗତ କରିବା ସହ ଏହାକୁ ବଡ଼ ବିଜୟ ବୋଲି କହିଛନ୍ତି ସାଧୁ ସନ୍ଥ।
ଐତିହାସିକ ତଥ୍ୟ ଅନୁଯାୟୀ ମୋଗଲ ଶାସନ କାଳରେ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିର ପରିସରରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିଲା। ସେବେଠାରୁ ସେଠାରେ ନିଜ ଅଧିକାର ଫେରିପାଇବା ପାଇଁ ସଂଘର୍ଷ ଜାରି ରଖିଛି ହିନ୍ଦୁ ସମାଜ। ନିକଟରେ ଜ୍ଞାନବାପୀ ମସଜିଦ ପରିସରରେ ଏଏସଆଇ ପକ୍ଷରୁ କରାଯଇଥିବା ସର୍ଭେରେ ବହୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ମିଳିଥିଲା। ଏଥିସହ ସେଠାରେ ପୂର୍ବରୁ ମନ୍ଦିର ଥିବା ନେଇ ଅନେକ ପ୍ରମାଣ ମିଳିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: