ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କର ବାୟୋପିକ ହେଉଛି ସାମ ବାହାଦୂର । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଯୁଦ୍ଧ ଡ୍ରାମା ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଫ୍ୟାନ୍ସ ମାନେ ଉତ୍ସାହର ସହିତ ‘ସାମ ବାହାଦୂର’ ରିଲିଜକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଏହି ଫିଲ୍ମଟି ସିନେମା ହଲରେ ରିଲିଜ ହେବାପରଠାରୁ ଏହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ଆଉ ସେପଟେ ଧୁମ ମଚାଉଛି ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ସିନେମା ଫିଲ୍ମ ଆନିମଲ । ଏହି ସିନାମାରେ ବାପା ଓ ପୁଅ କାହାଣୀକୁ ଅତି ସୁନ୍ଦରଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ ଏହି ସିନାମାରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ରଣବୀରଙ୍କ ଅନସ୍କ୍ରିନ ଯୋଡିକୁ ଦର୍ଶକ ବେଶ ପସନ୍ଦ କରଥିବା ଜଣା ପଡ଼ିଛି ।
ମେଘନା ଗୁଲଜାର ନିର୍ଦ୍ଦେଶିତ ସିନେମା ସାମ ବାହାଦୂର ସବୁ ବର୍ଗର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବା ବେଳେ, ପ୍ରଥମ ଦିନରେ ସିନେମାକୁ ମିଳିଛି ଆଶାଠୁ ଅଧିକ ଭଲ ପାଇବା ମିଳିଛି । ଦେଖିବାକୁ ବାକି ରହିଲା କୋଉ ଫିଲ୍ମ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାରେ ସଫଳ ହେଉଛି ।